ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଶନିବାର ସକାଳେ ଏକ ଘରୋଇ ହସ୍ପିଟାଲରେ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି। ବେଦପ୍ରକାଶଙ୍କ  ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା ଦୁଃଖ ପ୍ରକାଶ କରିଛନ୍ତି।

ବେଦପ୍ରକାଶଙ୍କ ଦେହାନ୍ତ ନେଇ ପାଟକୁରାର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,“ବେଦପ୍ରକାଶଙ୍କ ଦେହାନ୍ତରେ ମୁଁ ଦୁଃଖିତ ଓ ମର୍ମାହତ। ତାଙ୍କ ସହିତ ମୋର ପୂର୍ବରୁ ଘନିଷ୍ଠ ସମ୍ପର୍କ ଥିଲା।”

“ବେଦପ୍ରକାଶଙ୍କୁ ଟିକେଟ ଦେବା ଆଗରୁ ବି ସେ ଅସୁସ୍ଥ ଥିଲେ। ଯେଉଁମାନେ ତାଙ୍କୁ ଆଣି ନିର୍ବାଚନ ମୈଇଦାନରେ ଛିଡ଼ା କରାଇଥିଲେ ମୋତେ ଲାଗୁନି ସେମାନେ ତାଙ୍କ ପ୍ରତି ନ୍ୟାୟ କରିଛନ୍ତି।” ଏହା କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

ଏହା ସହିତ ପାଟକୁରା ନିର୍ବାଚନକୁ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି। ଆଇନ ଅନୁସାରେ ସେଠାରେ ନିର୍ବାଚନ ହେବ। ନିର୍ବାଚନ କମିଶନ ଆଉ ଏକ ତାରିଖ ଘୋଷଣା କରିବେ ବୋଲି କହିଛନ୍ତି ବିଜୟ।

ବେଦପ୍ରକାଶଙ୍କୁ ଯେଉଁଦିନ ବିଜେଡି ପ୍ରାର୍ଥୀ କରିଥିଲା ସେ ଅସୁସ୍ଥତା କାରଣରୁ ଟିକେଟ ନେବାକୁ ଆସି ପାରିନଥିଲେ ପରିବାରଲୋକ ନବୀନ ନିବାସ ଆସି ତାଙ୍କ ଟିକେଟ ନେଇଥିଲେ।

Comment