ଓଡ଼ିଶାଲାଇଭ୍ ବ୍ୟୁରୋ

ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କର ଶନିବାର ପରଲୋକ ଘଟିଛିା ଭୁବନେଶ୍ୱରର ଏକ ଘେରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛିା ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା।

ବେଦପ୍ରକାଶ ବିଜେଡିର ଜଣେ ବରିଷ୍ଠ  ନେତା ଥିଲୋ ସେ ପାଟକୁରାରୁ ଦୁଇଥର ବିଧାୟକ ଥିଲୋ ୨୦୦୯ ଓ ୨୦୧୪ ନିର୍ବାଚନରେ ସେ ପାଟକୁରାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲୋ

କେବଳ ପାଟକୁରା ନୁହେଁ ସେ କେନ୍ଦ୍ରାପଡ଼ାରୁ ମଧ୍ୟ ୪ ଥର  ନିର୍ବାଚନ ଜିତି ବିଧାନସଭାକୁ ଯାଇଛନ୍ତି। ନିଜ ରାଜନୈତିକ ଜୀବନରେ ସେ ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

୨୦୧୯ ନିର୍ବାଚନ ଲାଗି ମଧ୍ୟ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିଲା।

Comment