ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ବୁଥ୍‌କୁ ଯିବା ପୂର୍ବରୁ ପୋଲିଂ କର୍ମଚାରୀଙ୍କ ଆକସ୍ମିକ ଭାବେ ମୃତ୍ୟୁ ହୋଇଛି। ମୃତ ପୋଲିଂ କର୍ମଚାରୀଙ୍କ ହେଉଛନ୍ତି ଚମ୍ପୁଆ ହାଇସ୍କୁଲରେ କାର୍ଯ୍ୟରତ ଅଭୟ କୁମାର ସେଠୀ।

ଘସିପୁରା ୨୧ ଏସିର ବୁଥ୍‌ ନମ୍ବର ୧୪୯ରେ ଅଭୟଙ୍କ ଡ୍ୟୁଟି ପଡ଼ିଥିଲା। ତେବେ ଡ୍ୟୁଟିକୁ ଯିବା ସମୟରେ ବାଟରେ ଅଭୟ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଏହା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲ୍‌ରେ ଡାକ୍ତର ଅଭୟଙ୍କୁ ମୃତ ଘୋଷଣା କରିଛନ୍ତି।

ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି।

Comment