ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଗତକାଲି ଘଷିପୁରା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଭଣ୍ଡାରପଡ଼ା ଓ ଗଡବାନ୍ଧୋଗୋଡ଼ା  ନିକଟରେ ହିଂସା ହୋଇଥିଲା ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ କିଛି କର୍ମୀଙ୍କ ଉପରକୁ ଆକ୍ରମଣ କରାଯାଇଥିଲା।

ଘଟଣା ଘଟିବାପରେ ଏହା ବିଜେଡିର କାମ ବୋଲି ନିରଞ୍ଜନ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ୮ଜଣଙ୍କୁ ଗିରିଫ କରିଛି। ଅନ୍ୟପକ୍ଷରେ ଏହି ଘଟଣାରେ ୧୦ଜଣ ଆହତ ହୋଇଛନ୍ତି।

ସମସ୍ତ ଆହତଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ କେନ୍ଦୁଝର ଏସପି ଏହି ଘଟଣା ଉପରେ ନଜର ରଖିଛନ୍ତି। କଂଗ୍ରେସର ଏକ ପ୍ରତିନିଧି ଟିମ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଏନେଇ ଫେରାଦ ହୋଇଛି।  ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଂଗ୍ରେସ କର୍ମୀ। ତେବେ ଏହି ଘଟଣାପରେ କେନ୍ଦୁଝରରେ ଆସନ୍ତାକାଲି ଭୋଟ ଥିବାରୁ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି କୁହାଯାଉଛି।

Comment