ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦନା। ୬ ଲୋକସଭା ସହ ୪୨ ବିଧାନସଭା ଆସନ ଲାଗି ମତଦାନ ହେଉଛି। ଭୁବନେଶ୍ୱର ଲୋକସଭା ଆସନ ସହ ଏହା ଅଧିନରେ ଆସୁଥିବା ୭ ବିଧାନସଭା ଆସନ ଲାଗି ମତଦାନ ହେଉଛି। ଲୋକଙ୍କ ମଧ୍ୟରେ ମତଦାନକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ବହୁ ସଂଖ୍ୟାରେ ଭୋଟର ମାନେ ମତଦାନ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳିଛି।

ଭୁବନେଶ୍ୱର ଉତ୍ତର ଆସନ ଲାଗି ବିଜେଡିର ପ୍ରାର୍ଥୀ ହୋଇଛନ୍ତି ସୁଶାନ୍ତ ରାଉତ, ବିଜେପି ପ୍ରାର୍ଥୀ କରିଛି ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଅପରାଜିତା ମହାନ୍ତିଙ୍କୁ, ସେହିପରି କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଛାତ୍ରନେତା ଇତିଶ ପ୍ରଧାନ।

ତେବେ ତିନିଦଳର ପ୍ରାର୍ଥୀ ନିର୍ବାଚନ ବୈତରଣୀ ପାର ହେବାକୁ ନେଇ ଆଶାବାଦୀ ଥିବାବେଳେ କାହା ସପକ୍ଷରେ ଜନତା ଜନାର୍ଦ୍ଦନ ଭୋଟ ଦେଉଛନ୍ତି। କେଉଁ ନେତାଙ୍କୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ନିଜ ଶାସନର ଭାର ଦେଉଛନ୍ତି ତାହା ମେ ୨୩ରେ ସ୍ପଷ୍ଟ ହେବ।

Comment