ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସୋମବାର ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ପୋଲିସ ଗିରଫ କରିଥିଲା। ଏହାପରେ ବିଜେଡିର ଏକ ପ୍ରିତିନିଧି ଟିମ୍ ନିର୍ବାଚନ ଅଧିକାରୀଙ୍କୁ ଯାଇ ଭେଟିଛନ୍ତି।

ନିର୍ବାଚନ ଅଧିକାରୀଙ୍କ ନିକଟରେ ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜେଡି ଫେରାଦ ହୋଇଛି। ଦଳ କହିଛି ନବୀନ ପଟ୍ଟନାୟକ ଆଇନକୁ ଗୁରୁତ୍ୱ ଦେଇଆସିଛନ୍ତି। ୨୪ଘଣ୍ଟା ମଧ୍ୟରେ ଜଣେ ବିଧାୟକ ଗିରଫ ହେଲେ ମାତ୍ର ସାମାନ ମାମଲାରେ କାହିଁକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଦଳ ପ୍ରଶ୍ନ କରିଛି।

ବିଜେଡିର ମୁଖାପାତ୍ର କହିଛନ୍ତି, “ଏ ବାବଦରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ, ତେଣୁ ବାଧ୍ୟହୋଇ ଆମେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛୁ। ଅନୁରୋଧ କରିଛୁ ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଉ।”

ଯାହା ପରିଲକ୍ଷତି ହେଉଛି ସେଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ନିର୍ବାଚନ ଅଧିକାରୀ କୌଣସି ଚାପରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ବିଜେଡି ତରଫରୁ କୁହାଯାଇଛି।

ଏପ୍ରିଲ ୧୨ତାରିଖରେ ଫ୍ଲାଇଂ ସ୍କ୍ୱାଡ ଟିମ୍‌ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ କଥାକଟାକାଟିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।

Comment