ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ାରେ ପହଞ୍ଚିଲେ ନରେନ୍ଦ୍ର ମୋଦି।

କେନ୍ଦ୍ରାପଡ଼ାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ରାପଡ଼ା ବାରୁଅ ପଡ଼ିଆରେ ବିଜୟ ସଂକଳ୍ପ ସଭାରେ ଯୋଗ ଦେବାକୁ ପହଞ୍ଚିଲେ ମୋଦି। ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ କରିବେ ନିର୍ବାଚନୀ ପ୍ରଚାର।

ଏହି ସଭାରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ବିଜେପି ନେତା ଦାମୋଦର ରାଉତ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ନେତା ଉପସ୍ଥିତ ଅଛନ୍ତି। ଏ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଏହାପରେ ବାଲେଶ୍ୱର ଯାଇ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ମୋଦିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।

ଅନ୍ୟପଟେ କଂଗ୍ରେସ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛି। ଏପ୍ରିଲ ୨୬ରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ବାଲେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି।

Comment