ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ଖଣି, ଚିଟଫଣ୍ଡ ଦୁର୍ନୀତିରେ ଛନ୍ଦି ହୋଇ ରହିଛନ୍ତି ବିଜେଡି ନେତା। ଦୁର୍ନୀତି ଯୋଗୁଁ ଓଡ଼ିଶାର ବିକାଶ ହୋଇପାରୁ ନାହିଁ। ଓଡ଼ିଶାକୁ ଦୁର୍ନୀତିମୁକ୍ତ କରିବା ପାଇଁ ଡବଲ ଇଞ୍ଜିନ ସରକାର ଦରକାର। ଓଡ଼ିଶାରେ ବିଜେପିକୁ ୫ ବର୍ଷ ସୁଯୋଗ ଦିଅ, ଆମେ ୫ ଗୁଣା ଅଧିକ କାମ କରି ଦେଖାଇବୁ’’, ବାଲେଶ୍ୱର ସଭାରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ମୋଦି ଆଜି ନିର୍ବାଚନ ପ୍ରଚାର କରିଛନ୍ତି। କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱରରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ମୋଦି ସିଧା ସିଧା ବିଜେଡିକୁ ଆଟାକ୍ କରିଥିଲେ।

ମୋଦି କହିଥିଲେ, ‘‘୩ ବର୍ଷ ତଳେ ବାଲେଶ୍ୱର ଆସିଥିଲି। ପରିବର୍ତ୍ତନ ପାଇଁ ବାଲେଶ୍ୱରର ବ୍ୟଗ୍ରତା ଦେଖିଥିଲି। ବାଲେଶ୍ୱରବାସୀ ଯାହା ଚାହୁଁଛନ୍ତି ଓଡ଼ିଶାବାସୀ ମଧ୍ୟ ତାହା ଚାହୁଁଛନ୍ତି। ଓଡ଼ିଶାରେ ପରିବର୍ତ୍ତନ ହେବାକୁ ଯାଉଛି। ଦୁଇଟି ପର୍ଯ୍ୟାୟ ମତଦାନ ପରେ ଏହା ସ୍ପଷ୍ଟ ହୋଇଛି। ସାରା ଓଡ଼ିଶାରେ ଏଥର ପଦ୍ମ ଫୁଟିବାକୁ ଯାଉଛି।’’

Comment