ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୫ରେ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡାରେ ନାବାଳିକା ଦୁଷ୍କର୍ମ ମାମଲାର ଆଜି ଶୁଣାଣି କରିଛନ୍ତି ପୋକ୍ସୋ କୋର୍ଟ। ଜଷ୍ଟିସ୍ ଭି.ସୁଜାତା ଆଜି ଏହି ମାମଲାର ଶୁଣାଣି କରିଛନ୍ତି।

କୋର୍ଟ ମାମଲାର ଶୁଣାଣି କରି ମୁଖ୍ୟ ଅଭିଯୁକ୍ତ ବୈଲୋଚନ ମହାନ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଜେଲଦଣ୍ଡ ସହ କୋର୍ଟ ଅଭିଯୁକ୍ତକୁ ୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଲୋଚନଙ୍କ ଦୁଇ ସହଯୋଗୀଙ୍କୁ ବି କୋର୍ଟ ୩ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହ ୧ହଜାର ଟଙ୍କାର ଜରିମାନା ଲଗାଯାଇଛି।

୨୦୧୫, ସେପ୍ଟେମ୍ବର ୧୧ରେ ଘଟିଥିଲା ଏହି ଅମାନବିକ ଘଟଣା। ମୟୂରଭଞ୍ଜର ଠାକୁରମୁଣ୍ଡା ନିକଟସ୍ଥ ଏକ ଜଙ୍ଗଲରେ ୧୫ବର୍ଷୀୟ ନାବାଳିକାକୁ ବୈଲୋଚନ ଓ ତାଙ୍କ ଦୁଇ ସହଯୋଗୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ୧୨ ସେପ୍ଟେମ୍ବରରେ ପୋଲିସ ନିକଟରେ ପରିବାର ପକ୍ଷରୁ ଏନେଇ ଅଭିଯୋଗ କରାଯାଇଥିଲା।

ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା। ଅଭିଯୁକ୍ତଙ୍କୁ ଆଇପିସିର ଧାରା ୩୭୬ ଅନୁଯାୟୀ ଗିରଫ କରିଥିଲା ପୋଲିସ। ଏହି ଦୁଷ୍କର୍ମ ନାବାଳିକାକୁ କରାଯାଇଥିବାରୁ ଅଭିଯୁକ୍ତଙ୍କୁ ପୋକ୍ସୋ କୋର୍ଟ ହସ୍ତାନ୍ତର କରାଯାଇଥିଲା।

Comment