ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ  

ବାରଣାସୀ ଲୋକସଭା ଆସନ ପାଇଁ ଆସନ୍ତା ୨୬ରେ ପ୍ରାର୍ଥିପତ୍ର ଦାଖଲ କରିବେ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ୨୫ ତାରିଖରେ ଏକ ବିଶାଳ ରୋଡ ସୋ’ କରିବେ ମୋଦି ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ସୂଚନା ଦେଇଛନ୍ତି।

ପ୍ରାର୍ଥିପତ୍ର ଦାଖଲ କରିବା ବେଳେ ଏନଡିଏରେ ସାମିଲ ଥିବା ଦଳର ନେତାମାନେ ଉପସ୍ଥିତ ରହିବେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଅକାଳି ଶିରୋମଣି ଦଳର ସଭାପତି ସୁଖବୀର ସିଂହ ବାଦଲ ପ୍ରମୁଖ ଉପସ୍ଥିତ ରହିବେ।

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୋଦି କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ସହ ଗଙ୍ଗା ଆଳତୀ କରିବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ରୋଡ ସୋ’ରେ ସାମିଲ ହେବା ପାଇଁ ବାରଣାସୀରେ ବିଜେପି କର୍ମୀମାନେ ଘର ଘର ବୁଲି ଲୋକଙ୍କୁ ଆମନ୍ତ୍ରିତ କରୁଛନ୍ତି। ରୋଡ ସୋ’କୁ ସଫଳ କରିବା ପାଇଁ ୨୪ରେ ଶାହ ବାରଣାସୀ ଯିବେ। ବିଜେପି କର୍ମକର୍ତ୍ତା ଏବଂ ନେତାଙ୍କ ସହ ଆଲୋଚନା କରିବେ।

Comment