ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ଲାଗି ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରଚାରକୁ ଜୋରସୋର କରିଛନ୍ତି। ଏ ସବୁ ଦଳଙ୍କ ଫୋକସରେ ଏବେ ଉତ୍ତର ଓଡ଼ିଶା।

ଆଜି ନିର୍ବାଚନ ପ୍ରଚାର ପାଇଁ ଭଦ୍ରକ ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ। ଅପରାହ୍ନରେ ଭଦ୍ରକ ବରାହପୁରରେ ବିଜେପିର ବିଜୟ ସଂକଳ୍ପ ଶୋଭାଯାତ୍ରାରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବେ ଗଡକରୀ।

ଏହାପରେ ଭଦ୍ରକ ବନ୍ତରେ ଆୟୋଜିତ ହେବାକୁ ଥିବା ଏକ ବିରାଟ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ଲାଗି ମତଦାନ ହେବ। ଏହାସହିତ ରାଜ୍ୟରେ ନିର୍ବାଚନ ଅଭିଯାନ ମଧ୍ୟ ଶେଷ ହେବ। ମେ ୨୩ରେ ଆସିବ ରେଜଲ୍ଟ।

Comment