ଓଡ଼ିଶାଲାଇଭ୍ ବ୍ୟୁରୋ
ଓଜନ କମାଇବା ନିଶାରେ ବା ଶୀଘ୍ର ପତଳା ହେବା ନିଶାରେ ଅଧିକାଂଶ ଲୋକେ ଖାଦ୍ୟ ଖାଇବା କମ୍ କରି ଦେଇଥାନ୍ତି। ଅଧିକାଂଶ ଲୋକେ ଅନେକ ଲୋକ ରାତିରେ ଖାଇବାକୁ ସ୍କିପ୍ କରି ଦିଅନ୍ତି। ରାତିରେ ନ ଖାଇ ଖାଲି ପେଟରେ ଶୋଇଲେ ବିଭିନ୍ନ ଅସୁବିଧା ହେବାର ଆଶଙ୍କା ଥାଏ।
ପ୍ରଥମତଃ ରାତିରେ ଖାଲି ପେଟରେ ଶୋଇବା ଦ୍ୱାରା ଶରୀରରେ ଶକ୍ତିର ପରିମାଣ କମିଯାଏ। ଫଳତଃ ପରଦିନ ସକାଳୁ ଶକ୍ତିହୀନ ଅନୁଭବ ହୋଇଥାଏ।
ଏହାଦ୍ୱାରା ଶରୀରର ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିଥାଏ। ସେହିପରି ଇନ୍ସୁଲିନର ସ୍ତର ମଧ୍ୟ ପ୍ରଭାବିତ ହୋଇଥାଏ। ଏହାଛଡ଼ା କୋଲେଷ୍ଟେରଲ୍ ଏବଂ ଥାଇରଏଡ୍ ସ୍ତର ମଧ୍ୟ ଅସନ୍ତୁଳିତ ରହିଥାଏ। ଏଥିଲାଗି ନାନା ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା ହେବାକୁ ପଡ଼ିପାରେ।
ଗବେଷକମାନଙ୍କ ଅନୁସାରେ ରାତିରେ କିଛି ନ ଖାଇଲେ ମସ୍ତିଷ୍କ ଜାଗ୍ରତ ରହିଥାଏ । ତେଣୁ ନିଦ ଭଲ ହୋଇନଥାଏ। ଗ୍ୟାସ ସମସ୍ୟା ବି ବଢ଼ିବାର ଆଶଙ୍କା ଅଧିକ ଥାଏ।
ରାତିରେ ଉପାସ ରହିବାର ସବୁଠାରୁ ବଡ଼ ସମସ୍ୟା ହେଲା ମେଦବହୁଳତା। ପେଟ ଖାଲିଥିବାରୁ ସାଧାରଣତଃ ଲୋକମାନେ ତା’ପରଦିନ ସକାଳୁ ଖୁବ୍ ଅଧିକ ଖାଦ୍ୟ ଖାଇଥାନ୍ତି। ଏହା ଓଜନ ଉପରେ ପ୍ରଭାବ ପକାଇଥାଏ।