ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲିସ କମିଶନର ସତ୍ୟଜିତ ମହାନ୍ତି ଓ ଡିସିପି ଅନୂପ କୁମାର ସାହୁ ‘ଚିନ୍ତା ଓ ଚେତନା’ ସମ୍ମାନରେ ସମ୍ମାନିତ ହୋଇଛନ୍ତିା ପୋଲିସ ପ୍ରଶାସନ ସେବା କ୍ଷେତ୍ରରେ ଦକ୍ଷତା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାଂସ୍କୃତିକ ଅନୁଷ୍ଠାନ ’ଚିନ୍ତା ଓ ଚେତନା’ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛିା

ଏହି ସମ୍ମାନ ସେମାନଙ୍କୁ ଅଧିକ କାର୍ଯ୍ୟଦକ୍ଷତା ଓ ପୋଲିସ ସେବାକୁ ଲୋକାଭିମୁଖୀ କରାଇବାରେ ଅଧିକ ଅନୁପ୍ରେରିତ କରିବ ବୋଲି ଉଭୟ କହିଛନ୍ତିା ‘ଚିନ୍ତା ଓ ଚେତନା’ର ମହାସଚିବ ସୁରେନ୍ଦ୍ର ଦାସଙ୍କଠାରୁ ଏହି ସମ୍ମାନ ଗ୍ରହଣ କରି ଉଭୟ ଧନ୍ୟବାଦ ଜଣାଇଛନ୍ତିା

ଏହି ସମ୍ମାନ ଦୀର୍ଘ ୪୦ ବର୍ଷ ହେଲା ଦେଶର ବିଭିନ୍ନ ପ୍ରତିଭାଧାରୀଙ୍କୁ ରାଜ୍ୟପାଳ ପ୍ରଦାନ କରିଆସୁଛନ୍ତିା ଭାରତ ସରକାରଙ୍କ ସୂଚନା-ପ୍ରସାରଣ ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟର ମିଳିତ ସହଯୋଗରେ ବିଭିନ୍ନ ପ୍ରତିଭାମାନଙ୍କୁ ଏହି ସମ୍ମାନ ଲାଗି  ଚୟନ କରାଯାଇଥାଏା

Comment