ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଚିନ୍ତା ଓ ଚେତନା’ର ୪୦ତମ ବର୍ଷା ମହୋତ୍ସବ ଅଗଷ୍ଟ ୨୨ ଓ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ଵରସ୍ଥିତ ରବୀନ୍ଦ୍ରମଣ୍ଡପରେ ସନ୍ଧ୍ୟା ୬.୩୦ରୁ ଆରମ୍ଭ ହେବ।

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ଅବସରରେ ରାଜ୍ୟପାଳଙ୍କୁ ଅନୁଷ୍ଠାନ ପକ୍ଷରୁ ‘ନୀଳଚକ୍ର’ ସମ୍ମାନ ପ୍ରଦାନ କରାଯିବ।

ଉଦଘାଟନୀ ଦିବସରେ ଲୋକପ୍ରିୟ ସିତାର ବାଦକ ପଣ୍ଡିତ ସୁବ୍ରତ ଦେ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥିରେ ତାଙ୍କୁ ତବଲା ସଙ୍ଗତ୍ ଦେବେ ପଦ୍ମବିଭୂଷଣ ଉସ୍ତାଦ୍ ଜମିର ଖାଁ। ସେହିପରି ସୃଜନ ପକ୍ଷରୁ ଓଡ଼ିଶୀ ନୃତ୍ୟ ନାଟିକା ଶିବ ବନ୍ଦନା ପରିବେଷଣ କରାଯିବ।

ଉଦଯାପନୀ ସନ୍ଧ୍ୟାରେ ଡକ୍ଟର ବୀଣା ସି ଶେଷାଦ୍ରୀ ଓ ତାଙ୍କ ଗ୍ରୁପ୍‌ ଭାରତନାଟ୍ୟମ ପରିବେଷଣ କରିବେ। ସେହିପରି ପ୍ରଫେସର ରାମହରି ଦାସ ଓ ଡକ୍ଟର ବିଜୟ କୁମାର ଜେନାଙ୍କ ଓଡ଼ିଶୀ ସଙ୍ଗୀତ ପରିବେଷଣ ବିଶେଷ ଆକର୍ଷଣ ହେବ।

ଭାରତୀୟ କଳା ଓ ସଂସ୍କୃତିର ଉପସ୍ଥାପନ ଓ ପ୍ରସାର ପାଇଁ ଗତ ୪୦ବର୍ଷ ଧରି ‘ଚିନ୍ତା ଓ ଚେତନା’ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ଅନୁଷ୍ଠାନର ମହାସଚିବ ସୁରେନ୍ଦ୍ର ଦାସ କହିଛନ୍ତି।

‘ଚିନ୍ତା ଓ ଚେତନା’ର ବର୍ଷା ଉତ୍ସବର ଡିଜିଟାଲ ମିଡିଆ ପାର୍ଟନର ରହିଛି ଓଡ଼ିଶାଲାଇଭ୍‌।

Comment