ଓଡ଼ିଶାଲାଇଭ୍ ବ୍ୟୁରୋ

ଆସୁଛି ବାତ୍ୟା ଫାନି। ଏନେଇ ତାମିଲନାଡ଼ୁରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଏପ୍ରିଲ ୩୦ ଓ ମେ’୧ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହା ତାମିଲନାଡ଼ୁର ଉତ୍ତର ଭାଗରେ ହେବାର ସମ୍ଭାବନା ରହିଛି। ସେଥିପାଇଁ ମାତ୍ସ୍ୟଜୀବୀମାନଙ୍କୁ ଗୋଟେ ସପ୍ତାହ ଯାଏଁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଆଇଏମଡି କହିବାନୁଯାୟୀ ଫାନିର ପ୍ରଭାବ ୩୦ ଏପ୍ରିଲରେ ଉତ୍ତର ତାମିଲନାଡ଼ୁରୁ ଉତ୍ତର-ପଶ୍ଚିମ ଦିଗକୁ ଯିବାର ସମ୍ଭାବନା ରହିଛି। ଏନେଇ ଅତିପ୍ରବଳ ବର୍ଷା ହେବା ସହ ୫୦ରୁ ୬୦ କିମି ବେଗରେ ବର୍ଷା ହେବାର ସମ୍ଭାବନା ରହିଛି।

Comment