ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପାଇଁ ଆଜିଠାରୁ ଅନଲାଇନରେ ଆଡମିଟ୍ କାର୍ଡ ମିଳିବ। ଓଜେଇଇର ଅଫିସିଆଲ ୱେବସାଇଟ୍‌ www.ojee.nic.in ରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ସନ୍ଧ୍ୟା ୫ଟାରୁ ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ।

କେମିତି କରିବେ ଆଡମିଟ୍ କାର୍ଡ ଡାଉନ୍‌ଲୋଡ

ଛାତ୍ରଛାତ୍ରୀମାନେ ଓଜେଇଇର ଅଫିସିଆଲ ୱେବସାଇଟ୍‌ରେ ନିଜର ରେଜିଷ୍ଟ୍ରେସନ ଆଇଡି ଏବଂ ପାସ୍‌ୱାର୍ଡରେ ଦେଇ ଲଗ୍‌ଇନ୍‌ କରିବେ। ଏହା ପରେ ଆଡମିଟ୍‌ କାର୍ଡ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ। ବର୍ତ୍ତମାନ ଆପଣ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ।

ଚଳିତ ବର୍ଷ ମେ ୧୨ରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ। ଏଥିରେ ମୋଟ୍ ୪୭ ହଜାର ଛାତ୍ରାଛାତ୍ରୀ ସାମିଲ ହେବେ। ରାଜ୍ୟର ୮୬ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ଅଫଲାଇନ୍‌ ପରୀକ୍ଷା ମେ ୧୨ ହେବାକୁ ଥିବା ବେଳେ ଅନ୍‌ଲାଇନ୍‌ ପରୀକ୍ଷା ମେ’ ୧୨ରୁ ଆରମ୍ଭ ହୋଇ ୨୦ ମେ’ ଯାଏଁ ଚାଲିବ।

Comment