ଓଡ଼ିଶାଲାଇଭ୍ ବ୍ୟୁରୋ

ଅନଲାଇନରେ ହେବ ଦେବଦେବୀଙ୍କର ଦର୍ଶନ। କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ଭଳି ଓଡ଼ିଶାରେ ମଧ୍ୟ ଆରମ୍ଭ ହେବ ଇଣ୍ଟିଗ୍ରେଟେଟ ଟେମ୍ପୁଲ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଟିଏମଏସ)। ଶ୍ରଦ୍ଧାଳୁ ଅନଲାଇନରେ ଦେବଦେବୀ ଦର୍ଶନ କରିବା ସହିତ ପୂଜା ଏବଂ ପ୍ରସାଦ ସେବନର ସୁବିଧା ପାଇପାରିବେ ବୋଲି ଆଇନମନ୍ତ୍ରୀ ଜଗନ୍ନାଥ ସାରକା ସୂଚନା ଦେଇଛନ୍ତି।

ପୂର୍ବରୁ ଦୁଇ ଦୁଇ ଥର ପଦାଧିକାରୀମାନଙ୍କ ସହ ବୈଠକ ପରେ ଏ ନେଇ ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥି ନିମନ୍ତେ ହିନ୍ଦୁ ଧର୍ମର ଭାବାବେଗକୁ ଆଘାତ ନହେବା ଭଳି ଏକ ଓ୍ଵେବ ପୋର୍ଟାଲ ପ୍ରସ୍ତୁତ କରାଯିବ। ଏହି ପୋର୍ଟାଲ ମାଧ୍ୟମରେ ଶ୍ରଦ୍ଧାଳୁମାନେ ବିଭିନ୍ନ ମନ୍ଦିରରେ ଦେବଦେବୀ ଦର୍ଶନ କରିବା ସହ ମନ୍ଦିରର ନୀତିକାନ୍ତି ସମ୍ପର୍କରେ ଜାଣିପାରିବେ। ଏହି ପୋର୍ଟାଲରେ ସମସ୍ତ ମନ୍ଦିର ସମ୍ପର୍କରେ ସୂଚନା ଉପଲବ୍ଧ ରହିବ।

ଆଇନ ମନ୍ତ୍ରୀଙ୍କ ସୂଚନା ଅନୁସାରେ ମନ୍ଦିରଗୁଡ଼ିକର ଜମାଖାତା ସରକାରୀ ବ୍ୟାଙ୍କରେ ରହିବ। ଅନଲାଇନ ପେମେଣ୍ଟ ପାଇଁ ପେମେଣ୍ଟ ଗେଟଓ୍ଵେ ଏଚଡିଏଫସି ବ୍ୟାଙ୍କରେ ରହିବ। ଶ୍ରଦ୍ଧାଳୁମାନେ ଚାହିଁଲେ ଅନଲାଇନ ଜରିଆରେ ମନ୍ଦିରକୁ ଅନୁଦାନ ଦେଇପାରିବେ।

ଠାକୁରଙ୍କ ଦର୍ଶନ ଲାଗି ଆଗ୍ରହ ରହିଥିଲେ ମଧ୍ୟ କୌଣସି କାରଣରୁ ଏଥିରୁ ବଞ୍ଚିତ ରହୁଥିବା ଭକ୍ତମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବ। ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଏଥର ଶ୍ରଦ୍ଧାଳୁମାନେ ଅନଲାଇନ ଜରିଆରେ ଠାକୁରଙ୍କ ଦର୍ଶନ କରିବାର ସୁଯୋଗ ପାଇପାରିବେ ବୋଲି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି।

Tags: #Temple #ITMS #OnlineTempleVisit #OnlineDarshan

LEAVE A REPLY

Please enter your comment!
Please enter your name here