ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ଲର୍ଣ୍ଣିଙ୍ଗ୍ ଲାଇସେନ୍ସ ତିଆରି କରିବାକୁ ଚାହୁଁଛନ୍ତି କି? ଏବେ ଆପଣ ଅନଲାଇନ୍ ଜରିଆରେ ମଧ୍ୟ ନିଜର ଲର୍ଣ୍ଣିଙ୍ଗ୍ ଲାଇସେନ୍ସ ପାଇ ଆବେଦନ କରିପାରିବେ। ଏହାସହ କମ୍ପ୍ୟୁଟରରେ ମଧ୍ୟ ଏହାର ଟେଷ୍ଟ ଦେଇପାରିବେ। ତେବେ ଜାଣନ୍ତୁ ଅନ୍‌ଲାଇନ୍‌ରେ କେମିତି କରିବେ?

ପ୍ରଥମେ ଲଣ୍ଣର୍ସ ଲାଇସେନ୍ସ ପାଇଁ ଆପଣ ସରକାରୀ ୱେବସାଇଟ୍ http://ps\parivahan.gov.in କୁ ଖୋଲିବାକୁ ପଡ଼ିବ।

ଏହାପରେ ଆପଣଙ୍କୁ ଅନଲାଇନ୍ ଲଣ୍ଣର୍ସ ଲାଇସେନ୍ସ ଆବେଦନ ଫର୍ମ ପୂରଣ କରିବାକୁ ପଡ଼ିବ। ଏହାସହ ଲଣ୍ଣର୍ସ ଲାଇସେନ୍ସ ଟେଷ୍ଟିଂ ପାଇଁ ଆପଣଙ୍କୁ ଗୋଟିଏ ଆପଏଣ୍ଟମେଣ୍ଟ ସ୍ଲଟ ବାଛିବାକୁ ପଡ଼ିବ।

ଫର୍ମକୁ ପୂରଣ କରିସାରିବା ପରେ ଆପଣଙ୍କୁ ଗୋଟିଏ ଆକନଲେଜମେଣ୍ଟ ସ୍ଲିପ୍ ଆଉ ଫର୍ମ-୨  ପୂରଣ କରିବାକୁ ମିଳିବ।

ଏହାପରେ ଆପଣ ଯେବେ ଆରଟିଓ ଅଫିସ ସେଣ୍ଟରରେ ଆପଏଣ୍ଟମେଣ୍ଟ କରିବେ ବା ଆଣିବାକୁ ଯିବେ, ସେ ସମୟରେ ଆପଣଙ୍କୁ ଏହି ଫର୍ମ-୨ ଓ ଲଣ୍ଣର୍ସ ଲାଇସେନ୍ସ ଟେଷ୍ଟିଂର ଅନଲାଇନ୍ ରିସିପ୍ଟକୁ ଆଣିବାକୁ ପଡ଼ିବ।

ଏହାପରେ ଆପଣଙ୍କୁ କମ୍ପ୍ୟୁଟର ଜରିଆରେ ପରୀକ୍ଷା ଦେବାକୁ ପଡ଼ିବ। ପରୀକ୍ଷାରେ ଆପଣ ପାସ ହେଲେ ଆପଣଙ୍କୁ ଲଣ୍ଣର୍ସ ଲାଇସେନ୍ସ ପ୍ରଦାନ କରାଯିବ।

ଆପଣ ନିଜର ଲଣ୍ଣର୍ସ ଲାଇସେନ୍ସ http://ps\parivahan.gov.in ୱେବସାଇଟରୁ ଡାଉନଲୋଡ୍ କରିପାରିବେ।

ଅଧିକ ଲର୍ଣ୍ଣିଙ୍ଗ୍ ଲାଇସେନ୍ସ ଆବେଦନକାରୀଙ୍କୁ ଲକ୍ଷ୍ୟରେ ରଖି ପରିବହନ ବିଭାଗ ତରଫରୁ ଅଧିକ କମ୍ପ୍ୟୁଟର ଲଗାଯାଇ ବର୍ତ୍ତମାନ ପରୀକ୍ଷାର ବ୍ୟବସ୍ଥା କରାଯାଉଛି। ସେହିଭଳି ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ଦିଆଯାଇ ଆବେଦନକାରୀଙ୍କୁ ଅଧିକ ସୁଯୋଗ ଦିଆଯାଉଛି। ଛୁଟିଦିନମାନଙ୍କରେ ମଧ୍ୟ ଅଫିସ୍ ଖୋଲାଯାଇ ଲର୍ଣ୍ଣିଙ୍ଗ ଲାଇସେନ୍ସ ପ୍ରଦାନ କରାଯାଉଛି।

Comment