ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ବାଲେଶ୍ୱରରେ ତ୍ରିମୁଖୀ ଲଢ଼େଇ। ବିଜେଡି-ବିଜେପି-କଂଗ୍ରେସ ଭିତରେ ବିଗ୍ ଫାଇଟ୍।

କିଏ ଜିତିବ ବାଲେଶ୍ୱର ଲୋକସଭା ଆସନ? ବିଜେଡି ହାତରୁ ବିଜେପି ଏଥର କ୍ଷମତା ଛଡ଼ାଇ ନେବାରେ ସମର୍ଥ ହେବ ନା କଂଗ୍ରେସ ତାର ଦୁର୍ଗ ରକ୍ଷା କରିବ? ଏହାକୁ ନେଇ ସାରା ବାଲେଶ୍ୱରରେ ଚାଲିଛି ଜୋରଦାର ଚର୍ଚ୍ଚା।

ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନ ଲାଗି ମତଦାନ ହେବ। ତିନି ଟାଣୁଆ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର। ଦୁଇ ଜଣ ଅଭିଜ୍ଞଙ୍କୁ ବିଜେଡି ଏବଂ ବିଜେପି ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ କିନ୍ତୁ ନୂଆ ମୁହଁଙ୍କ ଉପରେ ଭରସା କରିଛିା

ବିଜେଡି ରବୀନ୍ଦ୍ର ଜେନାଙ୍କ ଉପରେ ଭରସା କରିଥିବା ବେଳେ ବିଜେପି ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣି ରିପିଟ୍ କରିଛିା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସା

ରବୀନ୍ଦ୍ର ଜେନା ବାଲେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟରେ ଲଢ଼ୁଛନ୍ତି। ରବୀନ୍ଦ୍ର ଗତ ନିର୍ବାଚନରେ ୪ ଲକ୍ଷ ୩୩ ହଜାର ୭୬୮ ଭୋଟ ପାଇଥିଲୋ। ୨୦୧୯ରେ ଲୋକଙ୍କ କେତେ ସମର୍ଥନ ତାଙ୍କ ପ୍ରତି ରହୁଛି ତାହା ଦେଖିବାକୁ ବାକିରହିଲା।

ବିଜେପିର ଜଣେ ଦକ୍ଷ ସଙ୍ଗଠକ ଭାବେ ପରିଚୟ ହାସଲ କରିଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ପୁଣି ଭରସା କରିଛିା ବାଲେଶ୍ୱର ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିଛିା ୨୦୧୪ରେ ପ୍ରତାପଙ୍କୁ ବିଜେପି ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ାଇଥିଲା। ପ୍ରତାପ ମାତ୍ର ୨ ଲକ୍ଷ ୯୧ ହଜାର ୯୪୩ ଭୋଟ ପାଇ ରବୀନ୍ଦ୍ର ଜେନାଙ୍କଠାରୁ ପରାଜିତ ହୋଇଥିଲୋ ପ୍ରତାପ ନୀଳଗିରି ବିଧାନସଭା ଆସନରୁ ବିଧାୟକ ଭାବେ ଜିତି ଥିଲୋ ସଂଘ ପରିବାରର ଆଗଧଡ଼ିର ସଦସ୍ୟ ପ୍ରତାପ ବିଜେପିର ଫାୟାରବ୍ରାଣ୍ଡ ନେତା ଭାବେ ପରିଚିତା କେନ୍ଦ୍ରୀୟ ଯୋଜନା ଓ ଡବଲ ଇଞ୍ଜିନ ପ୍ରସଙ୍ଗ ସହ ପରିବର୍ତ୍ତନର ନାରାକୁ ନେଇ ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛନ୍ତି।

କଂଗ୍ରେସର ନୂଆ ମୁହଁ

କଂଗ୍ରେସ ଏଥର ବାଲେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଛିା ଗତ ଦୁଇଟି ନିର୍ବାଚନରେ ଏଠାରୁ କଂଗ୍ରେସର ପ୍ରାର୍ଥୀ ହେଉଥିଲେ ଶ୍ରୀକାନ୍ତ ଜେନା। ୨୦୦୯ରେ ଶ୍ରୀକାନ୍ତ ଏହି ଆସନରୁ ଜିତି କେନ୍ଦ୍ର ମନ୍ତ୍ରୀ ହୋଇଥିଲୋ କିନ୍ତୁ ୨୦୧୪ରେ ପରାଜୟ ମୁହଁ ଦେଖିଥିଲେ ଶ୍ରୀକାନ୍ତା ୨ ଲକ୍ଷ ୭୭ ହଜାର ୫୧୭ ଭୋଟ ପାଇଥିଲେ

କଂଗ୍ରେସ ଏହି ଆସନରେ ନୂଆ ମୁହଁ ଭାବେ ନବଜ୍ୟୋତି ପଟ୍ଟନାୟକଙ୍କୁ ଟିକେଟ ଦେଇଛିା ନବଜ୍ୟୋତି ହେଉଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଆ ସେ ବାଲେଶ୍ୱର ପାଇଁ ନୂଆ ମୁହଁ। ଏହାଛଡ଼ା ଜଣେ ଯୁବକ ହୋଇଥିବାରୁ ଯୁବ ଭୋଟରଙ୍କ ଭୋଟ ପାଇଁ ଲୋକସଭା ଯିବାକୁ ଗୋଟି ଚାଳନା କରୁଛନ୍ତି ସୋ

ତେବେ ବାଲେଶ୍ୱରର ଭୋଟର କାହା ହାତରେ ଆଗାମୀ ୫ବର୍ଷ ଲାଗି ଶାସନର ଭାର ଦେଉଛନ୍ତି ତାହା ସ୍ପଷ୍ଟ ହେବ ମେ ୨୩ରେ।

Comment