ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି।  ଏହା ଧୀରେ ଧୀରେ ବାତ୍ୟାର ରୂପ ନେବାରେ ଲାଗିଛି।  ବାତ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା ପ୍ରକାଶ କରିଛନ୍ତି। ଲୋକଙ୍କ ସୁରକ୍ଷା ନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ମୋଦି ଟୁଇଟ କରି କହିଛନ୍ତି।

‘‘ବାତ୍ୟା ଫନିକୁ ନେଇ ମୁଁ ଅଧିକାରୀଙ୍କ ସହ କଥା ହୋଇଛି। ଲୋକଙ୍କୁ ଯଥାସମ୍ଭବ ସୁରକ୍ଷା ଓ ସହାୟତା ଯୋଗାଇ ଦେବା ପାଇଁ ଅଧିକାରୀମାନେ ପ୍ରସ୍ତୁତ ରହନ୍ତୁ। ସମସ୍ତଙ୍କ ସୁରକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ କାମନା କରୁଛି’’, ଟୁଇଟ କରି କହିଛନ୍ତି ମୋଦି।

‘ଫନି’ ବର୍ତ୍ତମାନ ଚେନ୍ନାଇଠାରୁ ୮୪୦ କିଲୋମିଟର ଦୂରରେ ରହିଥିବା ବେଳେ ଆସନ୍ତାକାଲି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ। ତେବେ ଓଡ଼ିଶା ଉପକୂଳରେ ସ୍ଥଳଭାଗକୁ ଛୁଇଁ ପରେ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଆଶଙ୍କା କରାଯାଉଛି।

Comment