ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶାକୁ ‘ଫନି’ ଭୟ। ଭୟଙ୍କର ରୂପ ଧାରଣ କରି ଉପକୂଳ ଆଡ଼କୁ ମାଡ଼ିଆସୁଛି  ବାତ୍ୟା ‘ଫନି’ । ଭାରତୀୟ ପାଣିପାଗ ବିଭାଗର ସୂଚାନୁସାରେ ଫନି କେଉଁଠି ଲ୍ୟାଣ୍ଡଫଲ କରିବ ସ୍ପଷ୍ଟ ହୋଇନଥିବା ବେଳେ ଆକଳନ କରାଯାଉଛି ଏକ ଓଡ଼ିଶା ଉପକୂଳରେ ୩ତାରିଖ ସଂଧ୍ୟାରେ  ଲ୍ୟାଣ୍ଡଫଲ କରିପାରେ। ସେପଟେ ଆମେରିକୀୟ ସଂସ୍ଥା ଜେଟିଡବ୍ଲ୍ୟୁସି ଏକ ପୂର୍ବାନୁମାନ କରିଛି। ‘ଫନି’ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ସୂଚନା ମିଳିଛି।

ଏବେ ଏହା ପୁରୀଠାରୁ ୭୧୦ ଓ ବିଶାଖପାଟନମଠାରୁ ୪୧୦ କିମି ଦୂରରେ ରହିଛି। ପାଣିପାଗ ବିଭାଗର ସୂଚନାନୁସାରେ ଘଣ୍ଟାପ୍ରତି ‘ଫନି’ର ଗତି ୭କିମି ରହିଛି।

‘ଫନି’ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବିଶେଷ କରି ଉପକୂଳବର୍ତ୍ତି ଜିଲ୍ଲା ମାନଙ୍କରେ  ଆଲର୍ଟ ଜାରି କରାଯାଇଛି। ରାଜ୍ୟ ସରକାର ‘ଫନି’ ମୁକାବିଲା ଲାଗି ସମସ୍ତ ପ୍ରସ୍ତୁତି କରିଛନ୍ତି।

ଏହି ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି। ତେଣୁ ଏହି ସମୟରେ ମତ୍ସଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଜିବାଲାଗି ଜିଲ୍ଲପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି।

Comment