ଓଡ଼ିଶାଲାଇଭ୍ ବ୍ୟୁରୋ

ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ଼ ‘ଫନି’। ମେ’ ୩ ଅପରାହ୍ଣରେ ଲ୍ୟାଣ୍ଡଫଲ କରିବ ‘ଫନି’। ଏବେ ବାତ୍ୟା ଘଣ୍ଟାକୁ ୧୦ କିଲୋମିଟର ବେଗରେ ଓଡ଼ିଶା ଆଡ଼େ ମାଡ଼ି ଆସୁଛି। ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ରାଜ୍ୟସରକାର ସଜାଗ ରହିଛନ୍ତି। ରାଜ୍ୟରେ ଯେପରି କୌଣସି ବ୍ୟକ୍ତି ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅବହେଳିତ ନ ହୁଅନ୍ତୁ, ସେଥିପାଇଁ ସମସ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ଫନିକୁ ନଜରରେ ରଖି ମେ’ ୧୫ ଯାଏଁ ଡାକ୍ତରମାନଙ୍କ ଛୁଟିକୁ ବାତିଲ କରାଯାଇଛି। ଏହାସହ ଯେଉଁ କର୍ମଚାରୀ ଛୁଟିରେ ଅଛନ୍ତି ଆଜି ସନ୍ଧ୍ୟା ସୁଦ୍ଧା ଚିକିତ୍ସାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ‘‘ସବୁ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଶାକର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ମେ’ ୧୫ ଯାଏଁ ସମସ୍ତ ଡାକ୍ତରମାନଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି।’’

Comment