ଓଡ଼ିଶାଲାଇଭ୍ ବ୍ୟୁରୋ

This image has an empty alt attribute; its file name is cyclone-ed-1024x576.jpg

ଆସନ୍ତା ଡିସେମ୍ବର ୨ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଓଡ଼ିଶାର ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି।

ବାତ୍ୟା ପାଇଁ ସତର୍କତା ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର।

ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ନଭେମ୍ବର ୩୦ ତାରିଖରେ ଏହା ପଶ୍ଚିମ-ଉତ୍ତର ପଶ୍ଚିବ ଦିଗରେ ଗତି କରିବ। ସୁଦୃଶ ଲଘୁଚାପ ଘନୀଭୂତ ହୋଇ ଆସନ୍ତାକାଲି ଅବପାତରେ ପରିଣତ ହେବ। ୪୮ ଘଣ୍ଟା ପରେ ଏହାର ଏକ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ଏହା ପ୍ରଭାବରେ ଡିସେମ୍ବର ୧ ତାରିଖରୁ ସମୁଦ୍ର ଅଧିକ ଅଶାନ୍ତ ରହିବ। ତେଣୁ ଏହି ସମୟ ମଧ୍ୟରେ ସମୁଦ୍ରକୁ ଯିବାଲାଗି ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି ଡିସେମ୍ବର ୧ ତାରିଖ ସୁଦ୍ଧା ଫେରିଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Tags: #Weather #WeatherUpadtes #CyclonicStorm #ByofBengal #Odisha #SRC

Comment