ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗର କୂଳରେ ଯେଉଁ ବାତ୍ୟାଟି ଏହିକ୍ଷଣି ଭୟର ବାତାବରଣ ସୃଷ୍ଟି କରିଛି ଜାଣନ୍ତୁ ତାହାର ନାମ ଅନୁସାରେ କାମ। ଫୋନିର ଅର୍ଥ ହେଲା ସାପ। ଉତ୍ତର ହିନ୍ଦମହାସାଗରରୁ ସୃଷ୍ଟି ହୋଇଥିବା ଏହି ଘୁର୍ଣ୍ଣି ବାତ୍ୟାର ନାମକରଣ ବଙ୍ଗଳାଦେଶ ଦ୍ୱାରା କରାଯାଇଛି। ‘ଫନି’ ପୂର୍ବରୁ ଯେଉଁ ବାତ୍ୟା ଆସିଥିଲା ତାହାର ନାମ ରଖା ଯାଇଥିଲା ନିଲୋଫର, ତିତଲି, ବିଜଲୀ, ଜଲ ଆଦି। ବାତ୍ୟାର ନାମକରଣର ଏକ ରୋମାଞ୍ଚକର କାହାଣୀ ରହିଛି। ତେବେ ପ୍ରଥମେ ଦେଖିବା ଶବ୍ଦଗତ ଦ୍ୱନ୍ଦ୍ୱ।

ଉଷ୍ଣକଟୀବନ୍ଧୀୟ ତୋଫାନ

ଘୁର୍ଣ୍ଣିବାତ୍ୟାର ବିଭିନ୍ନ ପ୍ରତିଶବ୍ଦ ରହିଛି। କେଉଁଠି ଏହାକୁ ହରିକେନ୍ କୁହାଯାଏ ତ ଆଉ କେଉଁଠି ଟାଇଫୁନ। ଆମ ଦେଶରେ ଏହାକୁ ସାଇକ୍ଲୋନ କୁହାଯାଏ। ବିଭିନ୍ନ ପ୍ରକାର ନାମ ରହିଥିଲେ ହେଁ ସେଥିରେ ବିଶେଷ କିଛି ଦ୍ୱନ୍ଦ୍ୱ ନାହିଁ। ଯେତେ ସବୁ ଘୁର୍ଣ୍ଣିବାତ୍ୟା ଆସେ ତାହା ଉଷ୍ଣକଟୀବନ୍ଧୀୟ ତୋଫାନର ଅନ୍ତର୍ଗତ। ‘ଫନି’ ବି ଏହି ଶ୍ରେଣୀର। ପ୍ରକୃତ ପକ୍ଷେ ବିଶ୍ୱର ଯେଉଁ ସ୍ଥାନରେ ଉଷ୍ଣକଟୀବନ୍ଧୀୟ ତୋଫାନ ଆସେ ତାହାର ନାମ ଅଲଗା କିନ୍ତୁ କାମ ଏକା।ଉଷ୍ଣକଟୀବନ୍ଧୀୟ ବର୍ଷା-ବନ ବା ‘ଟ୍ରପିକାଲ ରେନ୍-ଫରେଷ୍ଟ’ ଏଭଳି ଏକ କ୍ଷେତ୍ର ଯାହା ଭୂମଧ୍ୟ ରେଖାର ଦକ୍ଷିଣ କିମ୍ବା ଉତ୍ତରରେ ପ୍ରାୟ ୨୮ ଡିଗ୍ରୀ ଭିତରେ ରହିଥାଏ। ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଆମେରିକା, ମଧ୍ୟ ଆମେରିକା, ମେକ୍ସିକୋ ଏବଂ ପ୍ରଶାନ୍ତ ଦ୍ୱୀପ ଉପରେ ଏହା ଦେଖାଯାଇ ଥାଏ। ପୃଥିବୀର ଅର୍ଦ୍ଧାଧିକ ଜୀବଜନ୍ତୁ ଏହି ଉଷ୍ଣକଟୀବନ୍ଧୀୟ ବର୍ଷା -ବନରେ ହିଁ ମିଳିଥାନ୍ତି। ବ୍ରାଜିଲର ଆମେଜନ ଜଙ୍ଗଲ ଏଥିଭିତରୁ ଗୋଟିଏ।

ତୋଫାନର ନାମକରଣ

ବିଧିବଦ୍ଧ ଭାବେ ତୋଫାନର ନାମକରଣ ୧୮୫୩ରୁ ଆରମ୍ଭ ହୋଇଥିଲା। ତେବେ ସବୁ ତୋଫାନର ଯେ ନାମକରଣ ହୋଇଥାଏ ତାହା ନୁହେଁ। ସାଧାରଣତଃ ଯେଉଁ ତୋଫାନର ବେଗ ଘଣ୍ଟା ପ୍ରତି ୬୩ କିମି ବା ତଦୁର୍ଦ୍ଧ୍ଵ ତାହାକୁ ହିଁ ସ୍ୱତନ୍ତ୍ର ନାମ ଦିଆଯାଇଥାଏ। ଯେଉଁ ବାତ୍ୟାର ବେଗ ଘଣ୍ଟାକୁ ୧୧୮ କିମିରୁ ଅଧିକ ତାହାକୁ ଗମ୍ଭୀର ତୋଫାନ ବା ସିଭିୟର ସାଇକ୍ଲୋନ କୁହାଯାଇଥାଏ। ୨୨୧ କିମିରୁ ଅଧିକ ହେଲେ ସେହି ବାତ୍ୟାର ବର୍ଗିକରଣ ସୁପର ସାଇକ୍ଲୋନ ହୋଇଥାଏ।

ଝିଅଙ୍କ ନାମରେ ତୋଫାନ

ତୋଫାନ ଏକ ପୁଲିଙ୍ଗ ଶବ୍ଦ ହେଲେ ହେଁ ,ପୂର୍ବରୁ ଝିଅ ବା ମହିଳାଙ୍କମାନଙ୍କ ନାମକୁ ନେଇ ବାତ୍ୟାର ନାମକରଣ ହେଉଥିଲା। ଏହା ୧୯୫୩ ପର୍ଯ୍ୟନ୍ତ ଚାଲିଥିଲା। ଆମେରିକାର ପାଣିପାଗ ବିଭାଗ ଏ ରୁ ଜେଡ୍ ପର୍ଯ୍ୟନ୍ତ ଯେତେ ମହିଳାଙ୍କ ନାମ ଅଛି ତାହାର ଏକ ତାଲିକା ପ୍ରସ୍ତୁତ କରି ବାତ୍ୟାର ନାମକରଣ କରି ଆସୁଥିଲା। କିନ୍ତୁ କିଛି ମହିଳା ଗୋଷ୍ଠୀ ଓ ସଙ୍ଗଠନ ଏହାକୁ ବିରୋଧ କରିବାରୁ ୧୯୭୮ରେ ନିଷ୍ପତ୍ତି ହୋଇଥିଲା ଯେ ପୁରୁଷମାନଙ୍କ ନାମ ମଧ୍ୟ ଯୋଡ଼ାଯିବ।

ଭାରତରେ ଏହି ପ୍ରଥା

ଭାରତ ଓ ତାହାର ପଡ଼ୋଶୀ ଦେଶରେ ତୋଫାନର ନାମକରଣ ୨୦୦୦ ମସିହାରୁ ଆରମ୍ଭ ହୋଇଛି। ଏହି ସବୁ ଦେଶ ଯଥା ବଙ୍ଗଳାଦେଶ, ଭାରତ, ମାଳଦ୍ୱୀପ, ମ୍ୟାନମାର, ଓମାନ, ପାକିସ୍ତାନ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ଅନ୍ତର୍ଭୁକ୍ତ।

Comment