ଓଡ଼ିଶାଲାଇଭ ବ୍ୟୁରୋ
ବାତ୍ୟା ‘ଫନି’ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜୋର କରିଛନ୍ତି। ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ୧୨ଜଣ ଆଇଏଏସଙ୍କୁ ୯ ଜିଲ୍ଲାର ଦାୟିତ୍ୱ ମିଳିଛି। ପୁରୀ ଜିଲ୍ଲା ପାଇଁ ସୁରେଶ ମହାପାତ୍ର ରହିଥଲା ବେଳେ ଜଗତସିଂହପୁର ଦାୟିତ୍ୱରେ ଅଛନ୍ତି ପ୍ରଦୀପ୍ତ ମହାପାତ୍ର।
ସେହିପରି କେନ୍ଦ୍ରାପଡ଼ା ଦାୟିତ୍ୱରେ ହେମନ୍ତ କୁମାର ପାଢ଼ୀ ଓ ପ୍ରଦୀପ କୁମାର ଜେନା, ଯାଜପୁର ଲାଗି ଅନିଲ ସାମଲ, ବାଲେଶ୍ୱର ଲାଗି ପ୍ରେମଚାନ୍ଦ ଚୌଧୁରୀ ଏବଂ ଅବଦଲ ଅଖତରଙ୍କୁ ଦାୟିତ୍ୱ ମିଳିଛି।
ଭଦ୍ରକ ପାଇଁ ସୁଦର୍ଶନ ପାଲ ଠାକୁର, କଟକ ପାଇଁ ସଞ୍ଜୀବ ଚୋପ୍ରା, କଟକ ମ୍ୟୁନିସିପାଲ କର୍ପୋରେସନ ପାଇଁ ସଂଗ୍ରାମଜିତ ନାୟକ, ଜଗତସିଂହପୁର ଲାଗି ଶାଶ୍ୱତ ମିଶ୍ର, ଖୋର୍ଦ୍ଦା ଲାଗି କୃଷ୍ଣ କୁମାର ନିୟୋଜିତ ହୋଇଛନ୍ତି।
ତେବେ ଭୁବନେଶ୍ୱର ଏସଆରସି ଅଫିସରେ ଅତିରିକ୍ତ ଅଫିସରରେ ଭାବେ ଦାୟିତ୍ୱ ତୁଲାଇବେ ମୋନିସା ବାନାର୍ଜୀ ସଂପୃକ୍ତ ଜିଲ୍ଲାର ରିଲିଫ୍, ଥଇଥାନ ଦାୟିତ୍ୱରେ ରହିବେ ଏହି ଅଫିସର। ଆଜି ସନ୍ଧ୍ୟା ସୁଦ୍ଧା ୫ ଅଫିସର ସଂପୃକ୍ତ ଜିଲ୍ଲାରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ରହିଛି।
ବାତ୍ୟା ସହାୟତା ପାଇଁ ସରକାରଙ୍କ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି – ୧୦୭୦


















