ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅତି ଭୀଷଣ ବାତ୍ୟା ‘ୟାସ୍‌’ ଓଡ଼ିଶା ଉପକୂଳ ଆଡକୁ ମୁହାଁଇଛି। ବର୍ତ୍ତମାନ ସକାଳ ସାଢ଼େ ୬ଟା ସୁଦ୍ଧା ବାତ୍ୟା ଧାମରାଠାରୁ ୬୦ କିଲୋମିଟର ଦୂରରେ ରହିଛି। ସେହିପରି ପାରାଦୀପଠାରୁ ୯୦ କିଲୋମିଟର ଦୂରରେ ବାତ୍ୟା ରହିଥିବା ବେଳେ ବାଲେଶ୍ୱରଠାରୁ ୧୦୫ କିଲୋମିଟର ଦୂରରେ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ବାତ୍ୟା ଘଣ୍ଟାକୁ ୧୫ କିଲୋମିଟର ବେଗରେ ଅଗ୍ରସର ହେଉଛି। ସମୁଦ୍ର ଭିତରେ ଏବେ ୧୩୦ରୁ ୧୫୦ କିଲୋମିଟର ବେଗରେ ପବନ କହୁଛି। ଦିନ ୧୧ଟାରୁ ୧ଟା ଭିତରେ ବାତ୍ୟା ଧାମରାରୁ ବାଲେଶ୍ୱର ଭିତରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।

ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ପବନ ଲାଗି ରହିଛି। ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ।

Comment