ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଳୟଙ୍କରୀ ରୂପ ନେଇ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ଓଡ଼ିଶା ପୁରୀ ଉପକୂଳରୁ ଆଉ ମାତ୍ର ୭୦ କିଲୋମିଟର ଦୂରରେ ରହିଛି ବାତ୍ୟା। ସେହିପରି ଗୋପାଳପୁରଠାରୁ ୭୫ କିଲୋମିଟର ଦୂରରେ ରହିଛି ‘ଫନି’। ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି ବାତ୍ୟା ‘ଫନି’।

ବର୍ତ୍ତମାନର ତାଜା ସୂଚନା ଅନୁଯାୟୀ, ପୁରୀରେ ବାତ୍ୟା ‘ଫନି’ର ଲ୍ୟାଣ୍ଡଫଲ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛିା ଦିନ ୧୨ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ତେବେ ବାତ୍ୟା ପ୍ରଭାବରେ ପୁରୀରେ ବର୍ତ୍ତମାନ ୧୭୫ରୁ ୧୮୦ କିଲୋମିଟର ବେଗରେ ପବନ ବହିବାରେ ଲାଗିଛିା ସମୁଦ୍ର ଧିରେ ଧିରେ କୂଳ ଲଙ୍ଘିବାରେ ଲାଗିଛିା ଆଉ ମାତ୍ର କିଛି ସମୟ ପରେ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା।


















