ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାକୁ ମିଳିଲା ବାତ୍ୟା ଫନି ପାଇଁ ସହାୟତା। କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତ୍ୟା ଫନି ପାଇଁ ଓଡ଼ିଶାକୁ ୩୩୩୮ କୋଟି ୨୨ ଲକ୍ଷ ଟଙ୍କାର ସହାୟତା ମିଳିଛି। ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ଘୋଷଣା କରାଯାଇଥିଲା।

ଓଡ଼ିଶାରେ ବାତ୍ୟା ଫନିରେ ଘଟିଥିବା କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅତିରିକ୍ତ ରାଶି ପ୍ରଦାନ କରାଯାଇଛି। ପୁର୍ବରୁ କେନ୍ଦ୍ର ସରକାର ବାତ୍ୟା ଫନି ପାଇଁ ୩ ଓଡ଼ିଶାକୁ ୪୦ କୋଟି ପ୍ରଦାନ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଆଉ ୧ ହଜାର କୋଟି ଘୋଷଣା କରିଥିଲେ।

ଓଡ଼ିଶା ସମେତ ଆନ୍ୟ ଦୁଇ ରାଜ୍ୟ କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶ ପାଇଁ ମୋଟ ୪୪୩୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ମରୁଡ଼ି କ୍ଷତିଗ୍ରସ୍ତ କର୍ଣ୍ଣାଟକ ପାଇଁ କେନ୍ଦ୍ର ସରକାର ୧୦୨୯ କୋଟି ଟଙ୍କାର ଅତିରିକ୍ତ ରାଶି ପ୍ରଦାନ କରାଯାଇଥିବା ବେଳେ ଭୁସ୍ଖଳନରେ କ୍ଷୟକ୍ଷତି ପାଇଁ ହିମାଚଳ ପ୍ରଦେଶକୁ ଅତିରିକ୍ତ ୬୯.୪୯ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି।

Comment