ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହୋଇଗଲା ବାତ୍ୟା ‘ଫନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ପୁରୀ ଠାରୁ ଆଉ ମାତ୍ର ୪୦ କିଲୋମିଟର ଦୁରରେ ରହିଛି ‘ଫନି’ର କେନ୍ଦ୍ରବିନ୍ଦୁ ବା ‘ଫନି’ର ଆଖି। ତେବେ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବର୍ତ୍ତମାନଠାରୁ ଆରମ୍ଭ ହୋଇସାରିଛିା ଏହି ପ୍ରକ୍ରିୟା ଆଗାମୀ ତିନିଘଣ୍ଟା ଧରି ଦିନ ୧୧ଟା ଯାଏଁ ଚାଲିବା। ଆଉ କିଛି ସମୟ ମଧ୍ୟରେ ପୁରୀ ନିକଟରେ ସ୍ଥଳଭାଗକୁ ଛୁଇଁବ ‘ଫନି’।

ବାତ୍ୟା ‘ଫନି’ ପ୍ରଭାବରେ ପୁରୀରେ ବର୍ତ୍ତମାନ ୧୭୫ରୁ ୧୮୦ କିଲୋମିଟର ବେଗରେ ପବନ ବହୁଛିା ପ୍ରବଳ ପବନ ବହିବା ଫଳରେ ଶ୍ରୀକ୍ଷେତ୍ରର ଅନେକ ସ୍ଥାନରେ ଗଛ ଭାଙ୍ଗିପଡ଼ି ରାସ୍ତା ଅବରୋଧ ହୋଇଛି। ତେବେ ବାତ୍ୟା ପ୍ରଭାବରେ କୌଣସି ଧନ ଜୀବନ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିନାହିଁ। ଏନେଇ ସ୍ପେଶାଲ ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତିା

Comment