ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ‘ଫନି’ ପାଇଁ ନିଟ୍ ପରୀକ୍ଷା ସ୍ଥଗିତ ହୋଇଛି। ଆସନ୍ତାକାଲି ଓଡ଼ିଶାରେ ହେବାକୁ ଥିବା ନିଟ୍ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। କ୍ୟାବିନେଟ ସେକ୍ରେଟାରୀ ପି କେ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନ୍ୟାସନାଲ କ୍ରାଇସିସ୍ ମ୍ୟାନେଜମେଣ୍ଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଓଡ଼ିଶାର ପୁରୀ ଏବଂ ଭୁବନେଶ୍ୱରରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେବା ସହ ଟେଲିକମ୍ ସେବା ଅଚଳ ହୋଇଯାଇଛି। ଏ ସମ୍ପର୍କରେ ଓଡ଼ିଶା ସରକାର କେନ୍ଦ୍ରକୁ ଅବଗତ କରିଥିଲେ। ନିଟ୍ ପରୀକ୍ଷ ସ୍ଥଗିତ ରଖିବା ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ ନିଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି।

ଗତ ଦୁଇ ଦିନ ହେଲା ଭୁବନେଶ୍ୱର ଅନ୍ଧାରରେ ରହିଛି। ଅଧିକାଂଶ ଛାତ୍ରଛାତ୍ରୀଙ୍କ ସେଣ୍ଟର ଭୁବନେଶ୍ୱରରେ ରହିଥିଲା। ଏଣୁ ପରୀକ୍ଷା କେମିତି ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା।

Comment