ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ‘ଫନି’ର ସ୍ଥିତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି। ଆସନ୍ତକାଲି ମୋଦି ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ରାଜଭବନ ଯିବୋ ଏହାପରେ ମୋଦି ବାତ୍ୟାରେ ସବୁଠୁ କ୍ଷତିଗ୍ରସ୍ତ ଅଞ୍ଚଳ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି।

ପୁରୀରେ ମୋଦି ବାତ୍ୟା ସ୍ଥିତିର ସମୀକ୍ଷା କରିବ। ପରେ ଭୁବନେଶ୍ୱର ଫେରି ରାଜଭବନରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବ।

ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବାତ୍ୟା ‘ଫନି’ ସମ୍ପର୍କରେ ଆଲୋଚନା କରିଥିଲ। ବାତ୍ୟାକୁ ନେଇ ଭୟଭୀତ ନହେବା ପାଇଁ ମୋଦି ଓଡ଼ିଶାବାସୀଙ୍କୁ ଆଶ୍ୱାସନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୪ ତାରିଖରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପୁରୀ ଗସ୍ତ କରିଥିଲେ। ଆକାଶମାର୍ଗରୁ ବାତ୍ୟାର ସ୍ଥିତି ଦେଖିଥିଲେ।

Comment