ଓଡ଼ିଶାଲାଇଭ ବ୍ୟୁରୋ

ଗୋଟିଏ ପଟେ ଦେଶରେ ନଗଦ ଟଙ୍କାର ଚାହିଦା ବଢ଼ିବାରେ ଲାଗିଛି। ଅନ୍ୟପଟେ ଦେଶରେ ଏଟିଏମର ସଂଖ୍ୟା ଲଗାତାର ଭାବେ କମିବାରେ ଲାଗିଛି। ଏନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ସୂଚନା ଦିଆଯାଇଛି। ଆରବିଆଇ କହିଛି ଯେ ଗତ କିଛିବର୍ଷ ହେବ ଦେଶରେ ଏଟିଏମ ସଂଖ୍ୟା କମିବାରେ ଲାଗିଛି। ସେପଟେ ଆଇଏମଏଫର ସୂଚନାନୁସାରେ ବ୍ରିକ୍ସ ସମୂହ ଦେଶମାନଙ୍କ ତୁଳନାରେ ଭାରତରେ ସବୁଠୁ ଅଧିକ ଏଟିଏମ ସଂଖ୍ୟା କମିଛି।

ଦେଶରେ ଏଟିଏମର ସଂଖ୍ୟା ସେତେବେଳେ କମିବାକୁ ଲାଗିଲା ଯେତେବେଳେ ବ୍ୟାଙ୍କଗୁଡ଼ିକ ଏଟିଏମ ଅପରେଟ କରିବାର ନିୟମକୁ କଡ଼ାକଡ଼ି କରିଲେ ଓ ଏଥିଲାଗି ଅଧିକ ଟଙ୍କା ଖର୍ଚ୍ଚ ହେଲା। ଆରବିଆଇ ପକ୍ଷରୁ ଗତବର୍ଷ ଏଟିଏମରେ ଲାଗୁଥିବା ସୁରକ୍ଷା ସମ୍ବନ୍ଧୀୟ ସାମଗ୍ରୀ, ସଫ୍ଟୱେୟାର ଓ ଅନ୍ୟାନ୍ୟ ଉପକରଣ ମହଙ୍ଗା ହୋଇଯାଇଥିଲା ଯାହାର ପ୍ରଭାବ କେଉଁଠି ନା କେଉଁଠି ଏଟିଏମ୍ ବ୍ୟବହାରୀଙ୍କ ଉପରେ ପଡ଼ିଥିଲା।

ତେବେ କେବଳ ସରକାରୀ ବ୍ୟାଙ୍କ ନୁହଁ, ବରଂ  ଘରୋଇ ବ୍ୟାଙ୍କର ଏଟିଏମ ସଂଖ୍ୟା ବି କମିବାକୁ ଲାଗିଲାଣି। ଆମେ ଯଦି ଷ୍ଟେଟ ବ୍ୟାଙ୍କ କଥା ଦେଖିବା ତେବେ ଅନେକ ସଂଖ୍ୟାରେ ଏଟିଏମକୁ ବନ୍ଦ କରାଯାଇଛି। ୨୦୧୬ରେ ୧୯୯୦୯୯ଥିଲା ଷ୍ଟେଟ ବ୍ୟାଙ୍କର ଏଟିଏମ ସଂଖ୍ୟା, ଯାହା ୨୦୧୭ ମାର୍ଚ୍ଚରେ ୨୦୮୫୩୪ହୋଇଥିଲା ଅର୍ଥାତ ଏଟିଏମ ସଂଖ୍ୟା ବଢ଼ିଥିଲା। ମାତ୍ର ୨୦୧୮ ମାର୍ଚ୍ଚରେ ଏହା କମି ୨୦୭୦୫୨ହୋଇଥିଲା ଏବଂ ୨୦୧୯ ମାର୍ଚ୍ଚରେ ଏହା ୨୦୨୧୯୬ ସଂଖ୍ୟାରେ ପହଞ୍ଚିଛି। ଅର୍ଥାତ ଗତ କିଛିବର୍ଷ ହେବ ଏଟିଏମ ସଂଖ୍ୟା କମିଛି ଓ ଅନଲାଇନ୍ ଟ୍ରାନଜାକ୍ସନ ବଢ଼ିଛ।

ଆଇଏମଏଫର ସୂଚନାନୁସାରେ ଋଷରେ ୧ଲକ୍ଷ ବ୍ୟକ୍ତଙ୍କ ପାଇଁ ୧୬୪ଟି ଏଟିଏମ , ବ୍ରାଜିଲରେ ୧୦୭ଟି ଏଟିଏମ୍ ଓ ଚିନରେ ପ୍ରତି ୧ଲକ୍ଷ ଲୋକଙ୍କ ପାଇଁ  ୮୧ଟି ଏଟିଏମ ଅଛି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment