ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଘମାଘୋଟ ଲଢ଼େଇ ଭିତରେ ଶେଷ ହୋଇଛି ନିର୍ବାଚନ। ମେ’୧୯ରେ ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ଏବଂ ନ୍ୟୁଜ ଚ୍ୟାନେଲ ପକ୍ଷରୁ କରାଯାଇଥିଲା ଏକଜିଟ ପୋଲ୍।

ଓଡ଼ିଶାର ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ କେତେକ ସଂସ୍ଥା ଆକଳନ କରିଥିଲେ। ଓଡ଼ିଶାରେ ବିଜୁ ଜନତା ଦଳ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ବୋଲି ଏକଜିଟ୍ ପୋଲ ଆକଳନ କରିଥିଲେ। ହେଲେ ବିଜେପି ଦାବି କରୁଛି ଯେ ଓଡ଼ିଶାରେ ଆମେ ସରକାର ଗଠନ କରିବୁ।

‘‘ନିର୍ବାଚନ ବେଳେ ଆମ ଦଳ ପକ୍ଷରୁ ସର୍ଭେ କରାଯାଇଥିଲା। ସର୍ଭେରୁ ଜଣାପଡ଼ିଛି ଯେ ଉଭୟ କେନ୍ଦ୍ର ଏବଂ ଓଡ଼ିଶାରେ ଆମ ଦଳ ସରକାର ଗଠନ କରିବାକୁ ଯାଉଛି। କେନ୍ଦ୍ରରେ ୩୦୦ ଏବଂ ଓଡ଼ିଶାରେ ୭୦ ଆସନ ପାଇ ଆମେ ସରକାର ଗଠନ କରିବୁ’’, କହିଛନ୍ତି ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, ‘‘ଓଡ଼ିଶାରେ ଆମେ ମିଶନ ୧୨୦ର ଲକ୍ଷ୍ୟ ରଖିଥିଲୁ। ହେଲେ କେତେ ଆସନ ପାଇବୁ ତାହା ଠିକରେ କହିପାରୁନୁ। କିନ୍ତୁ ଆମେ ୭୦ରୁ ଅଧିକ ଆସନ ପାଇ ସରକାର ଗଢ଼ିବୁ।’’

Comment