ଓଡ଼ିଶାଲାଇଭ ବ୍ୟୁରୋ

ଆଜି ସକାଳ ୯ଟାରେ ପ୍ରକାଶ ପାଇବ ୨୦୧୯ ମାଟ୍ରିକ୍‌ ଫଳାଫଳ। ମାଧ୍ୟମିକ ଶିକ୍ଷା ବୋର୍ଡର ୱେବସାଇଟ୍‌ରେ ମାଟ୍ରିକ୍‌ ଫଳାଫଳ ଉପଲବ୍ଧ ହେବ।

ଦିନ ୧୧ଟାରେ ମାଟ୍ରିକ୍‌ ଫଳାଫଳ ୱେବସାଇଟ୍‌ରେ ଉପଲବ୍ଧ ହେବ। www. bseodisha.nic.in ଏବଂ www. bseodisha.ac.in ୱେବସାଇଟ୍‌ରେ ସିଧାସଳଖ ରୋଲ୍‌ ନମ୍ବର ଦେଇ ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଦେଖିପାରିବେ। ସେହିପରି ମୋବାଇଲ୍‌ରେ SMS ଜରିଆରେ ମଧ୍ୟ ମାଟ୍ରିକ୍‌ ଫଳାଫଳ ପାଇପାରିବେ।

ମୋବାଇଲ୍‌ରେ ରେଜଲ୍ଟ ପାଇବା ପାଇଁ ମେସ୍‌ଜ୍‌ ବକ୍ସରେ ଯାଇ OR10(ସ୍ପେସ୍‌) ନିଜ ରୋଲ୍‌ ନମ୍ବର ଟାଇପ୍‌ କରି ୫୬୭୬୭୫୦ରେ ମେସେଜ୍‌ ସେଣ୍ଡ୍‌ କରନ୍ତୁ। ଏହା ପରେ ଉକ୍ତ ରୋଲ୍‌ ନମ୍ବରର ରେଜଲ୍ଟ ଆପଣଙ୍କ ମୋବାଇଲକୁ ମେସ୍‌ଜ୍ ଆସିଯିବ।

ଚଳିତ ବର୍ଷ ରାଜ୍ୟରେ ବାତ୍ୟା ଫନି ପ୍ରଭାବରୁ ମାଟ୍ରିକ୍ ରେଜଲ୍ଟରେ ପ୍ରକାଶ ପାଇବାରେ ସାମାନ୍ୟ ବିଳମ୍ବ ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Comment