ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଯାହା ସୂଚନା ମିଳଛି ଝୁସେଲଗୁଡ଼ା ଅଭିମୁଖେ ଯାଉଥିବା ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି କଳାହାଣ୍ଡି ନିକଟରେ।

କାରଟି ଏକ ଟ୍ରକକୁ ପଛପଟୁ ଧକ୍କ ଦେଇଥିବା ଜଣାପଡ଼ିଛି। ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୃତକ ୬ଜଣ ଯାକ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

୨୭ନମ୍ବର ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣା ହୋଇଛି। ଏହାପରେ ସେଠାରେ ସ୍ଥାନୀୟ ଲୋକଙ୍କ ଗହଳି ଲାଗିଥିଲା। ପରେ ପୋଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ କେଉଁ କାରଣ ପାଇଁ ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇପାରିନାହିଁ ଅନ୍ୟପଟେ ପୋଲିସର ତଦନ୍ତ ପରେ ଏହା ସ୍ପଷ୍ଟ ହେବ।

Comment