ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହୀ କଳ୍ପନା ଦାସଙ୍କର ଗୁରୁବାର ମୃତ୍ୟୁ ଘଟିଛିା ଏଭରେଷ୍ଟ ଚଢ଼ି ନିଜର ପରିଚୟ ସୃଷ୍ଟି କରିଥିବା କଳ୍ପନାଙ୍କର ମୃତ୍ୟୁ ବି ଏଭରେଷ୍ଟ ଶିଖରରେ ହୋଇଛିା ଗୁରୁବାର ଏଭରେଷ୍ଟର ବାଲାକୋନି ଅଞ୍ଚଳରେ ମଧ୍ୟାହ୍ନ ୧୨.୪୫ ମିନିଟରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା

କଳ୍ପନାଙ୍କ ମୃତ୍ୟୁ ଖବର ନେପାଳ ପର୍ଯ୍ୟଟନ ବିଭାଗର ନିର୍ଦେଶକ ମୀରା ଆଚାର୍ଯ୍ୟ ଦେଇଥିଲେ। ଦି ହିମାଲୟନ୍‌ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହି ସୂଚନା ଦେଇଥିଲୋ

୨୦୦୮ ମସିହାରେ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇ ଓଡ଼ିଶା ପାଇଁ ଗର୍ବ ଆଣିଥିଲେ କଳ୍ପନା। ଏହାପୂର୍ବରୁ ସେ ୨୦୦୪ ଓ ୨୦୦୬ରେ ଏଭରେଷ୍ଟ ଚଢ଼ିବାକୁ ସେ ଚେଷ୍ଟା କରିଥିଲେ ମାତ୍ର ଖରାପ ପାଣିପାଗ ଯୋଗୁଁ ସେ ବିଫଳ ହୋଇଥିଲୋ ଏଥିରେ ସେ ହାର ନମାନି ତାଙ୍କ ଚେଷ୍ଟା ଜାରି ରଖିଥିଲୋ ୨୦୦୮ରେ ସେ ନିଜ ଚେଷ୍ଟାରେ ସଫଳ ହୋଇଥିଲୋ

ଏଥର କଳ୍ପନା ନେପାଳର ଡ୍ରିମର୍ସ ‌ଡେଷ୍ଟିନେସନ୍ ଟ୍ରେକ୍‌ସ ପକ୍ଷରୁ ଗଠିତ ୩ ଜଣିଆ ମହିଳା ଏଭେରେଷ୍ଟ୍‌ ଅଭିଯାନରେ ସାମିଲ ହୋଇଥିଲେ। କଳ୍ପନାଙ୍କର ଏହି ଯାତ୍ରା ଏପ୍ରିଲ ୩ରୁ ଆରମ୍ଭ ହୋଇଥିଲା।

କଳ୍ନନା ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆରେ ଥିବା ଅନେକ ପର୍ବତକୁ ଆରୋହଣ କରି ରେକର୍ଡ ସୃଷ୍ଟି କରିଥିଲେ।

କଳ୍ପନା ୧୯୬୬ ମସିହା ଜୁଲାଇ୭ ତାରିଖରେ ଓଡ଼ିଶାର ଢ଼େଙ୍କାନାଳରେ ଜନ୍ମ ଗ୍ରହଣ କରିଥିଲୋ

କଳ୍ପନାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦି ବିଶିଷ୍ଟ ବ୍ୟକ୍ତି ଟୁଇଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତିା

 

Comment