ଓଡ଼ିଶାଲାଇଭ ବ୍ୟୁରୋ

ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବେ ନରେନ୍ଦ୍ର ମୋଦିା ଏହାପୂର୍ବରୁ ସେ ନିଜଙ୍କ ମା’ଙ୍କ ଆଶୀର୍ବାଦ ନେବାପାଇଁ ଗୁଜୁରାଟ ଗସ୍ତ କରିବେ। ଏହାପରେ ସୋମବାର ବାରଣାସୀ ଗସ୍ତ କରିବେ ମୋଦିା ଏଥର ନିର୍ବାଚନରେ ବାରଣାସୀବାସୀଙ୍କ ବିପୁଳ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଦେବେ ମୋଦିା

ମୋଦି ଶନିବାର ଟୁଇଟ କରି ଗୁଜୁରାଟ ଓ ବାରଣାସୀ ଗସ୍ତ ନେଇ ସୂଚନା ଦେଇଛନ୍ତିା ‘‘ କାଲି ସନ୍ଧ୍ୟାରେ ମୁଁ ମୋ ମା’ଙ୍କ ଆଶୀର୍ବାଦ ନେବାକୁ ଗୁଜୁରାଟ ଯିବି। ଏହାସହ ପୁଣିଥରେ କାଶୀବାସୀ ମୋ ଭିତରେ ବିଶ୍ୱାସ ଆଣିଥିବାରୁ କାଶୀଭଳି ମହାନ ସ୍ଥାନର ନାଗରିକଙ୍କୁ ଧନ୍ୟବାଦ ଦେବା ପାଇଁ ସୋମବାର କାଶୀ ଯିବି’’, ଟୁଇଟରେ ଲେଖିଛନ୍ତି ମୋଦି।

ବାରଣାସୀ ଆସନରେ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ଥିଲେ ଏସପି ବିଏସିପ ମେଣ୍ଟ ପ୍ରାର୍ଥୀ ଶାଳିନୀ ଯାଦବା ଏହି ଆସନରେ ମୋଦି ତାଙ୍କୁ ହରାଇଛନ୍ତିା

ମୋଦି ମେ’ ୩୦ରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବୋ

Comment