ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବର୍ତ୍ତିତ ଜୀବନଶୈଳୀ ଓ ବ୍ୟସ୍ତତା ଯୋଗୁଁ ଯେତିକି ଆବଶ୍ୟକ ସେତିକି ପରିମାଣରେ ନିଦ୍ରାହୀନତା ସମ୍ଭବ ହୋଇପାରୁ ନାହିଁ। ଅଫିସରେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ କାମ ତ କେତେବେଳେ ମୋବାଇଲ୍ ଲୋକଙ୍କ ନିଦ ହଜାଇ ଦେଉଛିା
–ଶୋଇବାର ସମୟ ସ୍ଥିର କରନ୍ତୁ। ବିଳମ୍ବିତ ରାତିରେ ଶୋଇଲେ ନିଦ ଭଲ ଭାବେ ହୋଇ ନଥାଏ। ତେଣୁ ଶୀଘ୍ର ଶୋଇବାକୁ ଚେଷ୍ଟା କରନ୍ତୁା
–ଗବେଷକମାନଙ୍କ କହିବା ଅନୁସାରେ ରାତିରେ ଭଲ ନିଦ ହେଉ ନ ଥିଲେ ସକାଳୁ ଉଠି ହାଲକା ବ୍ୟାୟାମ କରନ୍ତୁା ସକାଳୁ ୩୦ ମିନିଟ୍ ଚାଲନ୍ତୁା ଏହାଦ୍ୱାରା ଆପଣ ଥକାପଣ ଅନୁଭବ କରିବେ ଏବଂ ନିଦ ଠିକ୍ ଭାବରେ ହେବା ସହ ରାତିରେ ନିଦ ହେବା
–ବେଡ୍ରୁମ୍ରେ ଟିଭି, ମୋବାଇଲ୍ ଭଳି କୌଣସି ପ୍ରକାର ଗ୍ୟାଜେଟ୍ ରଖନ୍ତୁ ନାହିଁ। କାରଣ ତାହା ଭଲ ନିଦ ହେବାରେ ବ୍ୟାଘାତ ସୃଷ୍ଟି କରିଥାଏ।
-ଶୋଇବା ବେଳେ ନିଜ ବେଡରୁମ୍ ପରିଷ୍କାର ରଖନ୍ତୁା ଫିକର ରଙ୍ଗର ବେଡସିଟ୍ ବ୍ୟବହାର କରନ୍ତୁା ଏହାଦ୍ୱାରା ନିଦ ଠିକ୍ ହୋଇଥାଏା
-ଶୋଇବାର୨ ଘଣ୍ଟା ପୂର୍ବରୁ ରାତି ଭୋଜନ କରନ୍ତୁ।
-ନିଦ ହେବା ପାଇଁ ଶୋଇବା ବେଳେ ଆଖିକୁ ବାରମ୍ବାର ମିଟ୍ ମିଟ୍ କରନ୍ତୁା ଏହାଦ୍ୱାରା ଆଖି ଥକି ଯାଏା ଏବଂ ନିଦ ହୋଇଥାଏା