ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

  • ବଢ଼ିଲା ପିଏମ୍ କିଷାନ ସମ୍ମାନ ଯୋଜନାର ପରିସର
  • ସବୁ ଚାଷୀଙ୍କୁ ମିଳିବ ବର୍ଷକୁ ୬ ହଜାର ଟଙ୍କା
  • ୧୪.୫୦ କୋଟି ଲୋକ ହେବେ ଉପକୃତ
  • ୬୦ ଟପିଲେ ଚାଷୀଙ୍କୁ ମିଳିବ ଭତ୍ତା
  • କ୍ଷୁଦ୍ର ବ୍ୟବସାୟୀଙ୍କୁ ବି ଭତ୍ତା

ମୋଦି ସରକାର ପାର୍ଟ-୨ର ପ୍ରଥମ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରି କିଷାନ ସମ୍ମାନ ଯୋଜନାର ପରିସର ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି। ସବୁ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି।

ପୂର୍ବରୁ ୨ ହେକ୍ଟର ଜମି ଥିବା ଚାଷୀଙ୍କୁ ପିଏମ୍ କିଷାନ ଯୋଜନାରେ ୬ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ଏବେ ଏହି ସର୍ତ୍ତକୁ ହଟାଇ ଦିଆଯାଇଛି। ଫଳରେ ସବୁ ଚାଷୀ ଏଣିକି ବର୍ଷକୁ ୬ ହଜାର ଟଙ୍କା ଲେଖାଏଁ ପାଇବେ।

ପୂର୍ବରୁ ୧୨.୫୦ କୋଟି ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା। ହେଲେ ଏବେ ୧୪.୫୦ କୋଟି ଲୋକଙ୍କୁ ଯୋଡ଼ା ଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୮୭ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ଚାଷୀଙ୍କୁ ଭତ୍ତା

କ୍ୟାବିନେଟରେ ପ୍ରଧାନମନ୍ତ୍ରୀ କୃଷକ ପେନସନ ଯୋଜନାକୁ ମଞ୍ଜୁରି ମିଳିଛି। ବୈଠକ ପରେ କେନ୍ଦ୍ର କୃଷି ବିକାଶ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବଡ଼ ଘୋଷଣା କରିଥିଲେ। କହିଥିଲେ ଯେ ଯେଉଁ କ୍ଷୁଦ୍ର ଚାଷୀମାନଙ୍କର ବୟସ ୬୦ ବର୍ଷ ଟପିଥିବ ସେମାନଙ୍କୁ ମାସକୁ ୩ ହଜାର ଟଙ୍କା ଲେଖାଏଁ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ସେହିପରି କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ମୋଦି ସରକାର ଭତ୍ତା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here