ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଲୋକସେବା ଭବନରେ ଆୟୋଜିତ ରାଜ୍ୟ କ୍ୟାବିନେଟର ୬୨ତମ ବୈଠକରେ ୧୧ଟି ବିଭାଗର ମୋଟ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

କ୍ୟାବିନେଟ ବୈଠକରେ ଚାଷୀଙ୍କୁ ଗୁରୁତ୍ଵ ଦିଆଯାଇଛି। ରାଜ୍ୟର ଚାଷୀମାନଙ୍କୁ କୃଷି ବିବିଧିକରଣ ଦିଗରେ ପ୍ରୋତ୍ସାହିତ କରିବା ଲାଗି ମାର୍କଫେଡ ପାଇଁ ୫୦୦ କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ଆଗାମୀ ୫ ବର୍ଷ ମଧ୍ୟରେ ଚାଷୀଙ୍କଠାରୁ ଅଣଧାନ କୃଷିଜାତ ଦ୍ରବ୍ୟ ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ ଦ୍ଵାରା ପ୍ରାୟ ୧ ଲକ୍ଷ ଚାଷୀ ଲାଭବାନ ହେବେ।

ସେହିପରି କେନାଲ ମାଇନିଂ ଆଣ୍ଡ ସିଷ୍ଟମ ରିହାବିଲିଟେସନ ପ୍ରୋଗ୍ରାମର ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଏଥିପାଇଁ ଖର୍ଚ୍ଚ ହେବ ମୋଟ ୨୦୩୨ କୋଟି ୯୨ ଲକ୍ଷ ଟଙ୍କା। କୃଷି ପାଇଁ କେନାଲର ତଳମୁଣ୍ଡରେ ସହଜରେ ପାଣି ପହଞ୍ଚାଇ ଜଳସେଚନ ସୁବିଧା ସୁନିଶ୍ଚିତ କରିବାକୁ ଏହା କାର୍ଯ୍ୟକାରୀ ହେଉଛି। ଏହାର ଅବଧିକୁ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ଅଧିକ ୫ ବର୍ଷ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି।

ଏହା ସହ ସ୍ଵଳ୍ପ ମିଆଦୀ ଫସଲ ଋଣ ସୁଧ ଯୋଜନାରେ ଆର୍ଥିକ ସହାୟତା ଓ ସୁଧ ରିହାତି ବାବଦକୁ ୨୦୨୩-୨୮ ବର୍ଷ ପାଇଁ ୫,୭୦୦ କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ମିଶନ ଶକ୍ତି ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି ସ୍କୁଟର ଯୋଜନାକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ସେହପରି କର୍କଟ ରୋଗୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ନୂଆ ଯୋଜନା। ଓଡ଼ିଶା କମ୍ପ୍ରିହେନସିଭ କ୍ୟାନ୍ସର ପ୍ଲାନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି।

ବନ ସୁରକ୍ଷା ସମିତି କୋଠା ନିର୍ମାଣ ପାଇଁ ସରକାରଙ୍କ ନୂଆ ଯୋଜନା। ପ୍ରତି ଜିଲ୍ଲାରେ କୋଠା ନିର୍ମାଣ କାମ ତ୍ଵରାନ୍ଵିତ ହେବ। ସରକାରୀ ଉଦ୍ୟୋଗ, କମ୍ପାନି, ଘରୋଇ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବାକି ପଡ଼ିଥିବା ଜଳକର ଏଣିକି ଏକକ ଭାବେ ପରିଶୋଧ କରିହେବ। ଏଥିପାଇଁ ଜଳସମ୍ପଦ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ରାଜ୍ୟରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଚିପ ନିର୍ମାଣ ପାଇଁ ନୂଆ ନୀତି ଆସିଛି। ଯେଉଁମାନେ ଏହି କମ୍ପାନି ଶିଳ୍ପ ପ୍ରତିଷ୍ଠା କରିବେ ସେମାନଙ୍କୁ ନୂଆ ନୀତି ଆଧାରରେ ପ୍ରୋତ୍ସାହନ ପ୍ରଦାନ କରାଯିବ।

Tags: #CabinetApproval #Proposal #CabinetMeeting #Odisha #CMOdisha #NaveenPatnaik

LEAVE A REPLY

Please enter your comment!
Please enter your name here