ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଫନି ପାଇଁ ଚଳିତବର୍ଷ ରାଜଭବନରେ ‘ଆଟ୍ ହୋମ୍’ ପାର୍ଟି ପାଳନ କରିବେ ନାହିଁ ରାଜ୍ୟପାଳ ଗଣେଶୀ ଲାଲ।

ଚଳିତ ବର୍ଷ ରାଜଭବନରେ ପାଳନ ହେବ ନାହିଁ ‘ଆଟ୍ ହୋମ୍’ ପାର୍ଟି। ବାତ୍ୟା ଫନିରେ ହୋଇଥିବା କ୍ଷୟକ୍ଷତିରେ ଦୁଃଖ ପ୍ରକାଶ କରି, ଫନି ପ୍ରଭାବିତ ଲୋକଙ୍କୁ ସମବେଦନା ଜଣାଇ ‘ଆଟ୍ ହୋମ୍’ ପାର୍ଟି ଆୟୋଜନ ନ କରିବାକୁ ରାଜ୍ୟପାଳ ଗଣେଶୀ ଲାଲ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି।

ପ୍ରତିବର୍ଷ ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସ ଉପଲକ୍ଷେ ରାଜଭବନରେ ‘ଆଟ୍ ହୋମ୍’ ପାର୍ଟି ପାଳନ କରାଯାଏ। ଓଡ଼ିଶା ମୁଖ୍ୟମନ୍ତ୍ରୀ, ଉଚ୍ଚ ନ୍ୟାୟାଳୟ ମୁଖ୍ୟ, ମନ୍ତ୍ରୀ, ଓଡ଼ିଶାର ସାଂସଦମାନେ, ବିଧାୟକ ଏବଂ ପ୍ରମୁଖ ଉଦ୍ୟୋଗପତି ପାର୍ଟିକୁ ନିମନ୍ତ୍ରଣ କରାଯାଏ।

କିନ୍ତୁ ଚଳିତବର୍ଷ ସାମୁଦ୍ରିକ ଝଡ଼ ବାତ୍ୟା ଫନି ରାଜ୍ୟର ଅନେକ ଜିଲ୍ଲାକୁ ପ୍ରଭାବିତ କରିଛି। ଅନେକ କ୍ଷୟକ୍ଷତି ଘଟାଇଛି। ଫନି ପ୍ରଭାବିତଙ୍କୁ ସମବେଦନା ଜଣାଇ ଗଣେଶୀ ଲାଲ ଏବର୍ଷ ଏହି ସମାରୋହ ପାଳନ କରିବେ ନାହିଁ।

LEAVE A REPLY

Please enter your comment!
Please enter your name here