ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯-୨୦ ଶିକ୍ଷାବର୍ଷ ପାଇଁ +୩ ୟୁଜି ବା ସ୍ନାତକ ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ। ବିଦ୍ୟାର୍ଥୀ ସାମ୍ସ ଓ୍ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ତି।

ପ୍ରାଥମିକ ଭାବେ ବିଜ୍ଞାନ ପାଠ୍ୟକ୍ରମ ପାଇଁ ନାମଲେଖା ହେବା ପରେ ଅନ୍ୟ ପାଠ୍ୟକ୍ରମ ଲାଗି ଫର୍ମ ପନିବ।

ଏବେଯାଏଁ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପ୍ରକାଶ ପାଇ ନାହିଁ। ଚଳିତମାସ ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇପାରେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।

ତିନୋଟି ପର୍ଯ୍ୟାୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ତାଲିକା ସାମ୍ସ ଓ୍ୱେବସାଇଟରେ ପ୍ରକାଶ ପାଇବ। ପରେ ବଳକା ସିଟ୍ ପାଇଁ ସ୍ପଟରେ ନାମଲେଖା ପାଇଁ ବ୍ୟବସ୍ଥା କରାଯିବ।

ଚଳିତଥର ମୋବାଇଲ ନମ୍ବର ଓ ମେଲ୍ ଆଇଡି ଦେଇ ସାମ୍ସ ଓ୍ୱେବସାଇଟରେ ନାମ ପଞ୍ଜୀକୃତ କରି ନିଜର ଲଗ୍ଈନ୍ ୖାଇଡି ପ୍ରସ୍ତୁତ କରିବେ। କେଉଁ ପାଠ୍ୟକ୍ରମ ପାଇଁ କେତେ ଫି’, ତା’ର ତାଲିକା ଇ-ସ୍ପେଶରେ ପ୍ରଦାନ କରିବେ।

ଚଳିତ ଶିକ୍ଷାବର୍ଷରେ ଆବେଦନ ଫିକୁ ହ୍ରାସ କରାଯାଇଛି। ସାଧାରଣବର୍ଗ ବିଦ୍ୟାର୍ଥୀଙ୍କ ପାଇଁ ୩ଶହ ଟଙ୍କାରୁ ୨୭୫ ଟଙ୍କା କରାଯାଇଥିବା ବେଳେ ସଂରକ୍ଷିତ ବର୍ଗର ବିଦ୍ୟାର୍ଥୀଙ୍କ ପାଇଁ ୨ଶହରୁ ୧୭୫ଟଙ୍କା କରାଯାଇଛି।

Comment