ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାୟକଙ୍କ ଗିରଫ ଦାବିରେ ରାଜରାସ୍ତାରେ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ।

ପାଟଣାଗଡ ବିଜେଡି ବିଧାୟକ ସରୋଜ ମେହରଙ୍କ ଲାଗି ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ।

ସେପଟେ କଲମଛାଡ ଆନ୍ଦୋଳନ କରିଥିବା କନିଷ୍ଠ ଯନ୍ତ୍ରୀ ସଂଘ ଆଜି ରାଜଧାନୀ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ଆସୋସିଏସନ ସହିତ ଆଲୋଚନା କରି ଆନ୍ଦୋଳନର ଚେତାବନୀ ଦେଇଛି।

ସର୍ବ ସମ୍ମୁଖରେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରିବା ଓ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ମାଡ଼ ମରାଇବା ଘଟଣାକୁ ଗୋଟିଏ ସପ୍ତାହେରୁ ଅଧିକ ବିତିଲାଣି ତଥାପି ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

ପୂର୍ବରୁ ମଧ୍ୟ ଆଦିବାସୀ ସଂଘ ପକ୍ଷରୁ ବିଭିନ୍ନ ବ୍ଲକରେ ବିକ୍ଷୋଭ କରିଥିଲେ। ଥାନାରେ ମାମଲା ରୁଜୁ କରିଥିଲେ। ତଥାପି କିଛି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ସେମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ଏସବୁ ପରେ ପୋଲିସ ପ୍ରଶାସନ କିଛି ପଦକ୍ଷେପ ନେଉଛି ନା ପୂର୍ବ ପରି  ଚୁପ୍ ବସୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି।

Comment