ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାତିରୁ ସାମାନ୍ୟ ଆଶ୍ୱସ୍ତି। ଗୁରୁବାର ରାଜ୍ୟର ଉପକୂଳରେ ପାଗ କୋହଲା ଥିଲା। ହେଲେ ପଶ୍ଚିମ ଓଡ଼ିଶାରେ ତାପମାତ୍ରାରେ ସେମିତି ଆଖିଦୃଶିଆ ପରିବର୍ତ୍ତନ ଦେଖାଦେଇନାହିଁ। ଆଜି ରାଜ୍ୟର ୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଗୁରୁବାର ରାଜ୍ୟର ତାଳଚେର ଓ ମାଲକାନଗିରିରେ ୪୧.୮ ଡିଗ୍ରୀ, ବଲାଙ୍ଗିରରେ ୪୦.୫, ସୋନପୁର ୪୦.୨ ଏବଂ ଝାରସୁଗୁଡ଼ାରେ ପାରଦ ୪୦ ଡିଗ୍ରୀ ରହିଛି।

କାଳବୈଶାଖି ପ୍ରଭାବରୁ ଗତ କାଲି ରାତିରେ ରାଜଧାନୀ ସମେତ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ପ୍ରବଳ ବର୍ଷା ହୋଇଥିଲା। ସେଥିପାଇଁ ଗରୁବାର ପାଗ ସାମନ୍ୟ କୋହଲା ରହିଥିଲା। ହେଲେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

ଅନ୍ୟପକ୍ଷରେ ସାମୁଦ୍ରିକ ଝଡ଼ ବାୟୁ ଯୋଗୁଁ ମୌସୁମୀ ଆସିବାରେ ଆହୁରି ବିଳମ୍ବ ହୋଇପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା କରୁଛି। ତେବେ କାଳବୈଶାଖି ପ୍ରଭାବରୁ ଆଗାମୀ ୩-୪ ଦିନ ଯାଏଁ ରାଜ୍ୟର ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

Comment