ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ୍‌ ବିଶ୍ୱକପ୍‌କୁ ନେଇ ଗୁଗଲ ସିଇଓ ସୁନ୍ଦର ପିଚାଇ ଭବିଷ୍ୟବାଣୀ କରିଛନ୍ତି। ଚଳିତ ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ ୨୦୧୯ରେ ଭାରତ ଫାଇନାଲକୁ ପ୍ରବେଶ କରିବ ବୋଲି ସୁନ୍ଦର ପିଚାଇ କହିଛନ୍ତି। ପିଚାଇଙ୍କ ଭବିଷ୍ୟବାଣୀ ଅନୁଯାୟୀ, ଏଥର ଫାଇନାଲରେ ଭାରତ ଆଯୋଜକ ଇଂଲଣ୍ଡ ଟିମ୍‌ ଭେଟିବ।

ନିକଟରେ କାଲିଫର୍ଣ୍ଣିଆରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୁଗଲ ସିଇଓ ସୁନ୍ଦର ପିଚାଇ ବିଶ୍ୱକପ୍‌ ଫାଇନାଲ୍‌ସକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ଫାଇନାଲରେ ଭାରତ-ଇଂଲଣ୍ଡ ମଧ୍ୟରେ ମହାମୁକାବିଲା ହେବ। ତେବେ ଫାଇନାଲ୍‌ସରେ ଭାରତକୁ ସମର୍ଥନ କରିବା ସହ ଭାରତ ବିଜୟୀ ହେବ ବୋଲି ପିଚାଇ ଆଶାବାଦୀ ଥିବା କହିଛନ୍ତି।

ଅନ୍ୟପକ୍ଷରେ ପିଚାଇ କହିଛନ୍ତି, ଚଳିତ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ଉଭୟ ଶକ୍ତିଶାଳୀ ଟିମ୍‌ ହୋଇଥିଲେ ମଧ୍ୟ ଫାଇନାଲରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବେ।

Comment