ଓଡ଼ିଶାଲାଇଭ ବ୍ୟୁରୋ

  • ସୁରକ୍ଷା ଦାୟିତ୍ୱରେ ୩ କମାଣ୍ଡାଣ୍ଟ, ୯ ଏଏସ୍‌ପି ଏବଂ ୧୬ ଜଣ ଡିଏସ୍‌ପି
  • ଟ୍ରାଫିକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ ପାଇଁ ୪ଟି ଟ୍ରାଫିକ ଜୋନ୍
  • ମାଳତୀପାଟପୁରରେ ଏବଂ ଅନ୍ୟ ୩ଟି ଜୋନ୍ ସହର ଭିତରେ

ସୋମବାର ଦିନ ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ପୁରୀରେ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଦେଖିବା ପାଇଁ ପ୍ରବଳ ଜନସମାଗମ ହେବାର ଥିବାରୁ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍ନାନଯାତ୍ରା ପାଇଁ ପୁରୀରେ ୪୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଏସ୍‌ପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ଏସ୍‌ପି କହିଛନ୍ତି ଯେ ୩ କମାଣ୍ଡାଣ୍ଟ, ୯ ଏଏସ୍‌ପି ଏବଂ ୧୬ ଜଣ ଡିଏସ୍‌ପି ସୁରକ୍ଷା ଦାୟିତ୍ୱରେ ରହିବେ। ଏହାସହ ଟ୍ରାଫିକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ୪ଟି ଟ୍ରାଫିକ ଜୋନ୍ କରାଯାଇଛି। ଗୋଟିଏ ଜୋନ୍ ମାଳତୀପାଟପୁରରେ ଏବଂ ଅନ୍ୟ ୩ଟି ଜୋନ୍ ସହର ଭିତରେ ହେବ। ୫୫୦ ହୋମଗାର୍ଡଙ୍କୁ ମଧ୍ୟ ପୁରୀରେ ମୁତୟନ କରାଯିବ।

ଏହାସହ ପହଣ୍ଡି ବିଜେ ଦର୍ଶନ ଲାଗି ଟିକେଟ କରିଥିବା ଭକ୍ତମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

Deva Snana Purnimaଟାଉନ ଥାନାଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ଗାଡ଼ି ପାର୍କିଂ କରିବାର ବ୍ୟବସ୍ଥା କରାଯାଇଛି। ହାଲୁକା ଯାନ ପାର୍କିଂ ପାଇଁ ସହରରେ ୮ଟି ସ୍ଥାନ ଚିହ୍ନଟ କରାଯାଇଛି।

LEAVE A REPLY

Please enter your comment!
Please enter your name here