ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ବୁଧବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ଅନଲାଇନ ଓ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇବ।

ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ଓଜେଇଇ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ojee.nic.in କ୍ଲିକ୍ କରି ଓଜେଇଇ ରେଜଲ୍ଟ ଦେଖିପାରିବେ।

ଓଜେଇଇ ଅଫଲାଇନରେ ୨୫,୭୩୧ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ଅନଲାଇନରେ ୧୩,୯୧୮ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ।

ମେ’ ୧୮ରେ ଓଜେଇଇ ଅଫଲାଇନ୍ ପରୀକ୍ଷା ହୋଇଥିବା ବେଳେ ଜୁନ୍ ୮ ଏବଂ ୯ରେ ଅନଲାଇନ ପରୀକ୍ଷା ହୋଇଥିଲା।

Comment