ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଜୋରଦାର ଝଟ୍‌କା ଲାଗିଛି। ୪ ଜଣ ରାଜ୍ୟସଭା ସାଂସଦ ଟିଡିପି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସେମାନେ ହେଲେ ସିଏମ୍‌ ରମେଶ, ଟି ଜି ବେଣ୍ଟକେସ୍‌, ଜି ମୋହନ ରାଓ, ୱାଇଏସ୍‌ ଚୌଧୁରୀ।

ଏହି ୪ ଜଣ ସାଂସଦ ଆଜି ରାଜ୍ୟସଭାରେ ଏକ ପ୍ରସ୍ତାବ ଆଗତ କରିଥିଲେ। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କୁ ଅବଗତ କରିଥିଲେ। ରାଜ୍ୟସଭାରେ ଟିଡିପିର ୬ ଜଣ ସାଂସଦ ଥିଲେ। ଏବେ ୪ ଜଣ ଦଳ ଛାଡ଼ିବା ପରେ ମାତ୍ର ୨ ଜଣ ସାଂସଦ ରାଜ୍ୟସଭାରେ ରହିଲେ।

ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡା ଟିଡିପି ଛାଡ଼ିଥିବା ୪ ରାଜ୍ୟସଭା ସାଂସଦଙ୍କୁ ବିଜେପିକୁ ସ୍ୱାଗତ କରିଛନ୍ତି।

ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ‘‘ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଆମେ ଦାବି କରିଥିଲୁ। ରାଜ୍ୟର ହିତ ପାଇଁ ଆମେ ସବୁବେଳେ କାମ କରିଛୁ। ଟିଡିପିକୁ ଦୁର୍ବଳ କରିବା ପାଇଁ ବିଜେଡି ଯେଉଁ ଉଦ୍ୟମ ଆରମ୍ଭ କରିଛି ତାକୁ ଆମେ ନିନ୍ଦା କରୁଛୁ। ଟିଡିପି ନାଇଁ ଏଭଳି ସଙ୍କଟ କିଛି ନୂଆ ନୁହେଁ। ଏଥିରେ ଦଳର କର୍ମକର୍ତ୍ତା ନିରାଶ ହେବାର କିଛି ଆବଶ୍ୟକ ନାହିଁ।‘‘

Comment