ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଆନ୍ଧ୍ରପେଦଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତୀସ୍ଥିତି ବାସଭବନକୁ ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବାସଭବନକୁ ଭାଙ୍ଗିବା ପାଇଁ ଜେସିବି ପହଞ୍ଚିଥିବା ବେଳେ ଟିଡିପି ସମର୍ଥକମାନେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜ ହେଉଛନ୍ତି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନମୋହନ ରେଡ୍ଡି ‘ପ୍ରଜା ବେଦିକା’ ବିଲ୍ଡିଂକୁ ବେଆଇନ କହି ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅମରାବତୀସ୍ଥିତ ବାସଭବନ ‘ପ୍ରଜା ବେଦିକା’ ଟିଡିପି ସରକାର ଅମଳରେ ନିର୍ମାଣ ହୋଇଥିଲା। ଗତ ନିର୍ବାଚନରେ ଟିଡିପି ଶୋଚନୀୟ ଭାବେ ପରାଜିତ ହୋଇଛି। ଗତ ୪ ତାରିଖରେ ‘ପ୍ରଜା ବେଦିକା’କୁ ବିରୋଧୀ ଦଳ ନେତାଙ୍କ ଭାବସଭବନ କରିବାକୁ ଚନ୍ଦ୍ରବାବୁ ସରକାରଙ୍କୁ ଚିଠି ଲେଖିଥିଲେ। କିନ୍ତୁ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ ଜଗନମୋହନ ରେଡ୍ଡି।

ପ୍ରଜା ବେଦିକା ବାସଭବନକୁ ଭାଙ୍ଗିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଏପଟେ ଚନ୍ଦ୍ରବାବୁ ଲମ୍ବା ଛୁଟି କାଟି ଆଜି ଆନ୍ଧ୍ରପ୍ରଦେଶ ଫେରୁଛନ୍ତି। ଆନ୍ଧ୍ରପ୍ରଦେଶ ଏୟାରପୋର୍ଟରେ ପହଞ୍ଚିବା ପରେ ସିଧା ‘ପ୍ରଜା ବେଦିକା’ ବାସଭବନକୁ ଆସିବେ। ଟିଡିପି ସମର୍ଥକମାନେ ଏୟାରପୋର୍ଟରେ ଭିଡ଼ ଲଗାଇଛନ୍ତି।

LEAVE A REPLY

Please enter your comment!
Please enter your name here