ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଧ୍ରପ୍ରଦେଶର ନୁଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ଆକ୍ସନ ମୁଡ୍‌ରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଏହାର ଏକ ଝଲକ ଦେଖିବାକୁ ମିଳିଛି ସୋମବାର। ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁଙ୍କ ବାସଭବନ ‘ପ୍ରଜା ଭେଦିକା’କୁ ଭାଙ୍ଗଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଗନ ମୋହନ ରେଡ୍ଡୀ। ଏନେଇ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପ୍ରେସ୍‌ ମିଟ୍‌ କରି ସୂଚନା ଦେଇଛନ୍ତି। ଆସନ୍ତା ଦୁଇଦିନ ମଧ୍ୟରେ ବାସଭବନ ଭଙ୍ଗାଯିବା କାର୍ଯ୍ୟ ଆରମ୍ଭ ହେବ।

ଗତ ଜୁନ୍‌ ୪ରେ ଚନ୍ଦ୍ରବାବୁ ନାୟଡୁ ନିଜ ବାସଭବନ ‘ପ୍ରଜା ଭେଦିକା’କୁ ବିରୋଧୀ ଦଳ ନେତାଙ୍କ ସରକାରୀ ବାସଭବନ ଘୋଷଣା ପାଇଁ ଚିଠି ଲେଖିଥିଲେ। ଏହା କିଛି ଦିନ ପରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପ୍ରତିଶୋଧ ପରାୟଣ ହୋଇ ଜଗନ ମୋହନ ଏଭଳି ନିଷ୍ପତ୍ତି ନେଇଥିବା ବିରୋଧୀ ଦଳ କହିଛି।

୨୦୧୭ ମସିହାରେ ‘ପ୍ରଜା ଭେଦିକା’ ବାସଭବନ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁ ନିର୍ମାଣ କରିଥିଲେ। ଏହା ତେଲୁଗୁ ଦେଶମ୍‌ ପାର୍ଟି କାର୍ଯ୍ୟକାଳ ସମୟରେ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିଲା। ତେବେ ବର୍ତ୍ତମାନ ଏହାକୁ ବେଆଇନ୍‌ ବୋଲି ଘୋଷଣା କରି ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ।

Comment